ବାହୁବଳିର ଭଲ୍ଲାଲଦେବଙ୍କ ଏଭଳି ସ୍ବାସ୍ଥ୍ୟ ଦେଖି ଫ୍ୟାନ କରିପାରୁନାହାନ୍ତି ବିଶ୍ବାସ

ମୁମ୍ବାଇ : ‘ବାହୁବଳୀ’ ଫେମ୍ ରାଣା ଦଗ୍ଗୁବାତୀ ଗତ କିଛି ଦିନ ହେଲା ତାଙ୍କର ସ୍ବାସ୍ଥ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। କିଛି ଦିନ ତଳେ ଖବର ଆସିଥିଲା ଯେ ତାଙ୍କର କିଡନି ଟ୍ରାନ୍ସପ୍ଲାଣ୍ଟ ହୋଇଛି। ଶୁଣିବାକୁ ମିଳିଥିଲା ଯେ ରାଣାଙ୍କ ମାଆ ଲକ୍ଷ୍ମୀ ତାଙ୍କୁ କିଡନି ଦେଇଛନ୍ତି। ଏହି ଖବରରେ ଦଗ୍ଗୁବାତୀ କହିଥିଲେ ଯେ ଏହା କେବଳ ଏକ ଗୁଜବ। କିନ୍ତୁ ନିକଟରେ ଆସିଥିବା ଏକ ଫଟୋ ଦାଗ୍ଗୁବାତୀଙ୍କ ଫ୍ୟାନଙ୍କୁ ଚିନ୍ତାରେ ପକାଇ ଦେଇଛି।
ରାଣା ଦାଗ୍ଗୁବାତୀ ନିଜ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି,ଏଥିରେ ସେ ଏକ ବ୍ରାଣ୍ଡ ପ୍ରମୋସନ କରୁଥିବାର ନଜର ଆସିଛନ୍ତି। ହଲକ୍ ଭଳି ବଡି ରଖିଥିବା ରାଣା ଏହି ଫଟୋରେ ସ୍ଲିମ୍ ନଜର ଆସିଛନ୍ତି।
ତାଙ୍କର ଜଣେ ଫ୍ୟାନ୍ ରାଣାଙ୍କ ଏହି ଫଟୋକୁ ଦେଖି କମେଣ୍ଟ କରି କହିଲେ ଯେ ସେ ବହୁତ ଅଧିକ ଦୁର୍ବଳ ଦେଖାଯାଉଛନ୍ତି। ଆଉ ଜଣେ କହିଥିଲେ ସବୁ କିଛି ଠିକ୍ ତ?ଅନେକ ଲୋକଙ୍କୁ ଏହି ଫଟୋ ଦେଖି ବିଶ୍ବାସ ହେଉ ନାହିଁ।
କିଛି ଦିନ ତଳେ ତାଙ୍କ ଅସୁସ୍ଥତାର ଗୁଜବକୁ ନେଇ ରାଣା କହିଥିଲେ ଯେ,‘ତାଙ୍କ ସ୍ବାସ୍ଥ୍ୟ ପୂରାପୂରି ଠିକ୍ ରହିଛି। ଏହି ଖବର ସମ୍ପୂର୍ଣ୍ଣ ଭୁଲ୍। ମୁଁ ଏହା ବିଷୟରେ କହି କହି ଥକି ଗଲିଣି। କିନ୍ତୁ ମୁଁ ଖୁସି ଯେ ଲୋକେ ମୋତେ ଏତେ ଭଲ ପାଉଛନ୍ତି ଏବଂ ମୋର ଏତେ ଚିନ୍ତା କରୁଛନ୍ତି। ’
ରାଣା ଆହୁରି ମଧ୍ୟ କହିଲେ ଯେ ସେ ତାଙ୍କ ବିଗ ବଜେଟ ଫିଲ୍ମର ପ୍ରି ପ୍ରଡକ୍ସନ କାମ କରୁଛନ୍ତି। ଏହି ଫିଲ୍ମର ନାଁ ହେଉଛି ‘ହିରଣ୍ୟକଶ୍ୟପ’। ଏହା ଏକ ଧାର୍ମିକ ଫିଲ୍ମ। ଏହି ଫିଲ୍ମକୁ ବଡ଼ ଧରଣରେ ପ୍ରସ୍ତୁତ କରାଯାଇଛି। ରାଣା ବିଏଫଏକ୍ସ କମ୍ପାନୀ ସହ ମିଶି ପ୍ରିପ୍ରଡକ୍ସନ କାମ କରିବାରେ ବ୍ୟସ୍ତ ଅଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>