ଆଜିଠୁ ଶୁଭାରମ୍ଭ ହେବ ‘ମୋ ସରକାର’ ଯୋଜନା : ସହିଦନଗର ଥାନା ଓ କ୍ୟାପିଟାଲ୍ ହସ୍ପିଟାଲରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  ଆଜିଠାରୁ  ରାଜ୍ୟ ସରକାର  ଆରମ୍ଭ କରିଛନ୍ତି “ମୋ ସରକାର” କାର୍ଯ୍ୟକ୍ରମ ।  ଆଜି ପ୍ରଥମେ ଗୋଟିଏ ଥାନା ଓ ଗୋଟିଏ ଡାକ୍ତରଖାନାରୁ ନିଜେ ମୁଖ୍ୟମନ୍ତ୍ରୀ “ମୋ ସରକାର” କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ମୁଖ୍ୟମନ୍ତ୍ରୀ ଗୋଟିଏ ଡାକ୍ତରଖାନା ଓ ଗୋଟିଏ ଥାନାକୁ ଯାଇ ଲୋକଙ୍କୁ କିଭଳି ସେବା ଉପଲବ୍ଧ ହେଉଛି ତାହା ପଚାରି ବୁଝିବେ । ଏଥିପାଇଁ କ୍ୟାପିଟାଲ ହସ୍ପିଟାଲ ଓ ସହିଦ ନଗର ଥାନାକୁ ବଛାଯାଇଛି । ସରକାର 5T କାର୍ଯ୍ୟକ୍ରମ ଆଧାରରେ ହିଁ “ମୋ ସରକାର” କାର୍ଯ୍ୟକ୍ରମକୁ ସଫଳ କରିବାକୁ ଚାହୁଁଛନ୍ତି ।ଲୋକଙ୍କୁ ସେବା ଯୋଗାଉଥିବା ଏହି ସ୍ବାସ୍ଥ୍ୟ ଓ ପୋଲିସ ବ୍ୟବସ୍ଥା କିଭଳି ଚାଲିଛି ତାର ସିଧାସଳଖ ଫିଡ୍ ବ୍ୟାକ୍ ନେବେ ସରକାର ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>