ବଲାଙ୍ଗିର ତୁଷୁରାରେ ତେଲ ନଦୀ ପୋଲରେ ଦୁର୍ଘଟଣା: ଭାରସାମ୍ୟ ହରାଇ ନଦୀରେ ପଡ଼ିଲା ଟ୍ରକ, ଡ୍ରାଇଭର ମୃତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ତୁଷୁରା ନିକଟରେ ଗତକାଲି ବିଳମ୍ବିତ ରାତିରେ ତେଲ ନଦୀ ପୋଲ ଉପରୁ ଏକ କୋଇଲା ବୋଝେଇ ଟ୍ରକ୍ ତଳକୁ ଖସି ପଡିଥିବା ଜଣାଯାଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଅନୁମାନ କରାଯାଉଛି କି ଭାରସାମ୍ୟ ହରାଇ ଟ୍ରକ୍ଟି ପୋଲ ବାଡ଼ ଭାଙ୍ଗି ବିଳମ୍ବିତ ରାତିରେ ତଳକୁ ଖସି ପଡ଼ିଯାଇଛି।ଆହୁରି ମଧ୍ୟ ସନ୍ଦେହ କରାଯାଉଛି ଯେ ଟ୍ରକର ବାମପଟ ଟାୟାର ଫାଟି ଯାଇଥିବାରୁ ତାହା ତଳକୁ ଖସିପଡ଼ିଥିଲା। ଏହି ଟ୍ରକଟି ଏମ୍ ରାମପୁର (କଳାହାଣ୍ଡି)ରୁ କୋଇଲା ନେଇ ବଲାଙ୍ଗୀର ଆଡ଼କୁ ଆସୁଥିବା ଜଣାଯାଇଛି। କୁହାଯାଉଛି ଯେ ଏଥିରେ କେହି ହେଲପର୍ ନଥିଲେ କେବଳ ଡ୍ରାଇଭର୍ ଟ୍ରକ ନେଇ ଆସୁଥିଲେ। ସ୍ଥାନୀୟ ଲୋକେ ଏସଂପର୍କରେ ପୁଲିସକୁ ଖବର ଦେବାପରେ ଘଟଣାସ୍ଥଳରେ ପହଞ୍ଚି ଥିଲା। ପରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ, ଟ୍ରକ୍ ତଳୁ ଉଦ୍ଧାର ହେଲା ମୃତଦେହ, ମୃତକ ଛତିଶଗଡ଼ ମହାସମୁନ୍ଦର ହୋଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>