ପ୍ରବଳ ବର୍ଷା ଯୋଗୁ ଗୁଜରାଟରେ ଭୁଶୁଡିଲା ବ୍ରିଜ, ଫାଟ ଭିତରେ ଗଳିପଡିଲା ୪ଟି କାର

ଜୁନାଗଡ଼ :  ଗୁଜରାଟ ଜୁନାଗଡରେ ଭୁଶୁଡିଲା ପୋଲ । ଫାଟ ଭିତରେ ଗଳିପଡିଲା ୪ଟି କାର । ଅନେକ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ଜୁନାଗଡ ପାଖ ମଲାଙ୍କା ଗାଁରେ ଅଘଟଣ ଘଟିଛି । ପ୍ରବଳ ବର୍ଷା ଯୋଗୁ ବ୍ରିଜ ଭୁଶୁଡିଥିବା କୁହାଯାଉଛି ।


Damaged bridge on the river bed…

ଅଚାନକ ବ୍ରିଜଟି ମଝିରୁ ଦୁଇ ଫାଳ ହୋଇ ଯାଇଥିଲା । ୫ଶହ ମିଟର ଫାଟ ହୋଇ ଯାଇଥିଲା । ସେହି ସମୟରେ ବ୍ରିଜ ଉପରେ ଲୋକ ଯାଆସ କରୁଥିଲେ, ଫଳରେ କିଛି ଗାଡି ଫାଟ ଭିତରେ ଗଳି ପଡିଥିଲା ଏବଂ ଲୋକ ଆହତ ହୋଇଥିଲେ । ବ୍ରିଜ ଭୁଶୁଡିବା ଫଳରେ ଜୁନାଗଡ-ମୁନ୍ଦ୍ରା ରାସ୍ତାରେ ଯାତାୟତ ଠପ ହୋଇ ଯାଇଛି । ଏପଟେ ବ୍ରିଜର ନିମ୍ନ ମାନର କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖିବାକୁ ମିଳିଛି ।

gujrat

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>