ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଓ୍ଵାର୍’; ପ୍ରଥମ ପାଞ୍ଚ ଦିନରେ ଆୟ କରିଲା ୨୦୦ କୋଟି ଟଙ୍କା

ମୁମ୍ବାଇ : ବଲିଉଡ ଅଭିନେତା ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ଏବେ ବକ୍ସ ଅଫିସରେ ୨୦୦କୋଟି କ୍ଲବ୍ରେ ସାମିଲ ହେବାକୁ ଯାଉଛି । ଏହି ସିନେମା ପ୍ରଥମ ପାଞ୍ଚ ଦିନରେ ପ୍ରାୟ ୨୦୦ କୋଟି ଟଙ୍କା ଆୟ କରି ସାରିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଏହା ଧମାଲ କରିବ ବୋଲି ଆଶା କରାଯାଉଛି । ହିନ୍ଦୀ ବ୍ୟତୀତ ଅନ୍ୟସବୁ ଭାଷାର କଲେକସନର ହିସାବକୁ ନେଇ ଏହା କୁହାଯାଉଛି। ଆହୁରି ମଧ୍ୟ କୁହାଯାଉଛି ଯେ ଆଜି ଯାଏଁ କୌଣସି ହିନ୍ଦୀ ସିନେମା ପ୍ରଥମ ସପ୍ତାହରେ ୨୦୦ କୋଟି ଟଙ୍କା ଆୟ କରିପାର ନଥିବା ବେଳେ ରିତିକ୍ ରୋଶନ ଓ ଟାଇଗର ଶ୍ରଫଙ୍କ ଅଭିନୀତ ‘ଓ୍ଵାର୍’ ତାହା କରିବାକୁ ଯାଉଛି। ଆଗରୁ ୩ଦିନରେ ଫିଲ୍ମଟି ୩ଟି ରେକର୍ଡ ବ୍ରେକ୍ କରିଥିବା ଜଣା ପଡ଼ିଛି । ୪,୦୦୦ସ୍କ୍ରିନ୍ରେ ରିଲିଜ୍ ହୋଇଥିବା ଫିଲ୍ମଟି ଚଳିତ ବର୍ଷ ରିଲିଜ୍ ହୋଇଥିବା ସବୁ ଫିଲ୍ମର ରେକର୍ଡ ଭାଙ୍ଗିଛି । ୩ଦିନରେ ୧୦୦ କୋଟି ଟଙ୍କା ଆୟ କରି ୨୦୧୯ର ୩ଦିନରେ ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ବନିଯାଇଛି ଓ୍ଵାର୍ । ଏହା ସହ ପୂର୍ବରୁ ରିତିକ୍-ଟାଇଗରଙ୍କ କୌଣସି ଫିଲ୍ମ ୩ ଦିନରେ ଏତିକି କୋଟି ଟଙ୍କା ଆୟ କରି ନଥିବା ବେଳେ ଓ୍ଵାର୍ ଜରିଆରେ ତାହା ସମ୍ଭବ ହୋଇ ପାରିଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>