ଚଳିତ ବର୍ଷ ମେଡିସିନ୍‌ରେ ନୋବେଲ ପାଇବେ ଏହି ୩ ବୈଜ୍ଞାନିକ

ୱାଶଶିଂଟନ୍‌: ଚଳିତ ବର୍ଷ ୩ ଜଣ ବୈଜ୍ଞାନିକଙ୍କୁ ମେଡିସିନ୍‌ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ପାଇଁ ନୋବେଲ ପୁରସ୍କାର ମିଳିବ। ଆଜି ନୋବେଲ ଚୟନକାରୀ କମିଟି ଏହି ଘୋଷଣା କରିଛି।

ଘୋଷଣା ଅନୁଯାୟୀ, ୱିଲିୟମ ଜି କାଇଲିନ ଜୁନିୟର, ସାର ପିଟର ଜେ ରାଟକ୍ଲିଫେ ଓ ଗର୍ଗ ଏଲ ସିମେନଜାଙ୍କୁ ଚଳିତ ବର୍ଷ ମେଡିସିନ୍‌ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ମିଳିବ। ଏହି ୩ ଜଣ ବୈଜ୍ଞାନିକ କୋଷ ଗୁଡ଼ିକ କେମିତି ଅମ୍ଳଜାନର ଉପଲବ୍ଧକୁ ଅନୁଭବ କରନ୍ତି ଓ ଏହାର ଉପଯୋଗ କରନ୍ତି ସେ ବିଷୟରେ ଗବେଷଣା କରି ସଫଳତା ହାସଲ କରିଥିଲେ।

 ବୈଜ୍ଞାନିକ ସାର ପିଟର ଲଣ୍ଡନରେ ଥିବା ଫ୍ରାନ୍ସିସ କ୍ରିକ୍‌ ଇନଷ୍ଟିଚ୍ୟୁଟରେ କାର୍ଯ୍ୟ କରନ୍ତି। ସେହିପରି ୱିଲିୟମ ଓ ସିମେନଜା ଯଥାକ୍ରମେ ହାର୍ବାଡ ବିଶ୍ୱବିଦ୍ୟାଳୟ ଏବଂ ଜନ ହୋନକିନ୍ସ ବିଶ୍ୱବିଦ୍ୟାଳୟ ପାଇଁ ଗବେଷଣା କରୁଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>