ବରଗଡ଼ ସୋହେଲାରେ ମଦ କିଣାବିକା ନେଇ ମଦ ବ୍ୟବସାୟୀଙ୍କ ଭୁଜାଲି ଚୋଟରେ ଜଣେ ଯୁବକ ମୃତ, ୩ ଗୁରୁତର

ସୋହେଲା: ବରଗଡ଼ ସୋହେଲାରେ ମାଗଣାରେ ମଦ ନଦେବାରୁ ଗଣ୍ଡଗୋଳ ଘଟି ମଦ ବ୍ୟବସାୟୀଙ୍କ ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ଓ ଅନ୍ୟ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ମୃତକ ହେଲେ ଛତିଶଗଡର ସଂଜୀବ ପ୍ରଧାନ । ଆହତ ଯୁବକମାନେ ବିଜେପୁର ଥାନା ବାଦିପାଲି ଗାଁର ବୋଲି ଜଣାପଡିଛି । ଘଟଣା ପରେ ମଦ ବ୍ୟବସାୟୀ ଓ ଅନ୍ୟ ଯୁବକ ଫେରାର ହୋଇଯାଇଛନ୍ତି । ବର୍ତ୍ତମାନ ପୁଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ବାଦିପାଲି ଗାଁର କିଛି ଯୁବକ ମଦ ପିଇବାକୁ ନିକଟସ୍ଥ ମଦ ଦୋକାନକୁ ଯାଇଥିଲେ । ମାଗଣାରେ ମଦ ଦେବାକୁ କହିବାକୁ ବ୍ୟବସାୟୀଙ୍କ ସହ ଗଣ୍ଡଗୋଳ ହୋଇଥିଲା । ଏହାପରେ ମଦ ବ୍ୟବସାୟୀଙ୍କ ଆକ୍ରମଣରେ ବାଦିପାଲି ଗାଁର ୩ ଯୁବକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଛତିଶଗଡର ସଂଜୀବ ପ୍ରଧାନ ଛିଡା ହୋଇଥିବାବେଳେ ତାଙ୍କୁ ମଧ୍ୟ ଭୁଜାଲିରେ ଆକ୍ରମଣ ହୋଇଥଲା । ଗୁରୁତର ଅବସ୍ଥାରେ ସଂଜୀବଙ୍କୁ ସୋହେଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>