‘ମୋତେ ୧୫ ବର୍ଷ ହୋଇଥିବା ବେଳେ ୮ ଜଣ ଦୁଷ୍କର୍ମ କରିଥିଲେ’ : କେବିସିର ହଟ୍‌ ସିଟ୍‌ରେ ଏମିତି କହିଲେ ପ୍ରତିଯୋଗୀ

ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍‌ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ  ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି ଉଠିଛନ୍ତି। ତାଙ୍କ ମନର କଥା ଶୁଣି କିଛି ସମୟ ସ୍ତବ୍ଧ ହୋଇଯାଇଛନ୍ତି ଅମିତାଭ ।

ଶୁକ୍ରବାର ଦିନ ଏହି ସ୍ପେଶାଲ ସୋ’ର ପ୍ରସାରଣ ହେବ । ଆଉ ଏଥିରେ ଅତିଥି ସାଜିଛନ୍ତି ସୁନିତା କୃଷ୍ଣନ୍‌ । ସୁନିତା ‘ପ୍ରଜ୍ଜ୍ୱଳା’ ନାମକ ଏକ ଏନ୍‌ଜିଓ ଚଳାଉଛନ୍ତି। ଏଠାରେ ସେ ଯୌନ ଶୋଷିତ ମହିଳା ଓ ଯୁବତୀଙ୍କୁ ନେଇ କାମ କରୁଛନ୍ତି। ସମାଜରେ ସେମାନଙ୍କ ଥଇଥାନ ଓ ଏକ ଉତ୍ତମ ଜୀବନ ଜିଇଁବାକୁ କରୁଛନ୍ତି ଲଢ଼େଇ ।

ସୋନି ଟିଭି ନିଜର ଇଷ୍ଟାଗ୍ରାମ୍‌ରେ ଏକ ପ୍ରୋମୋ ପୋଷ୍ଟ କରିଛି । ପ୍ରୋମୋରେ ସୁନିତା କିଷ୍ଣନ୍‌ ଅମିତାଭ ବଚ୍ଚନଙ୍କୁ କହୁଛନ୍ତି ତାଙ୍କ ଜୀବନର ସେହି ଦୁଃଖଦ ଓ ଅଭିସପ୍ତ ଫର୍ଦ୍ଦର ଗୋଟି ଗୋଟି କଥା ।

ଯେତେବେଳେ ସେ ୧୫ ବର୍ଷର ହୋଇଥିଲେ ୮ ଜଣ ଲୋକ ତାଙ୍କୁ ଦୁଷ୍କର୍ମ କରିଥିଲେ ।  ୧୭ ଥର ତାଙ୍କୁ ଜୀବନରେ ମାରିଦେବାକୁ ଆକ୍ରମଣ ବି ହୋଇଥିଲା। ଅମିତାଭ ଏହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଆଉ ହଠାତ୍‌ ତାଙ୍କ ପାଟିରୁ ବାହାରି ଆସୁଛି.. ହ୍ୱାଟ୍‌..।

ପ୍ରୋମୋ ଭିଡ଼ିଓରେ ଏମିତି ସବୁ ଦେଖିବାକୁ ମିଳିଛି । ଆଉ ଏଥିରେ ମଧ୍ୟ ଜାଣିବାକୁ ମିଳିଛି ସମାଜସେବୀ ସୁନିତା କୃଷ୍ଣନ୍‌ ଆଜି ପର୍ଯ୍ୟନ୍ତ ୨୨ ହଜାରରୁ ଅଧିକ ମହିଳା ଓ ପିଲାଙ୍କୁ ଯୌନ ଶୋଷଣରୁ ମୁକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>