ଚକ୍‌ଲେଟ୍‌ର ଦାମ୍‌ ଲକ୍ଷେ ଟଙ୍କା : ଗିନିଜ ବୁକ ଅଫ ରେକର୍ଡସରେ ସ୍ଥାନ ପାଇଥିବା ଏହି ଚକ୍‌ଲେଟ୍‌ ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ଚକଲେଟର ଦାମ୍ ଲକ୍ଷେ ଟଙ୍କା । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ଦୀପାବଳି ଅବସରରେ ଫାବେଲ୍ ଆଣିଛି ଏମିତି ଏକ ଚକଲେଟ୍ ଯାହାର ଦାମ୍ ଏକ ଲକ୍ଷ ଟଙ୍କା । ଭାରତୀୟ ଏଫଏମସିଜି କମ୍ପାନୀ ଆଇଟିସି ବଜାରକୁ ଛାଡିଛି ଏହି ଚକଲେଟ୍ ଯାହାକି ସ୍ୱଳ୍ପ ସମୟ ପାଇଁ ଉପଲବ୍ଧ ହେବ । ଆଉ ଏହି ଟକଲେଟ୍ କିଣିବାକୁ ହେଲେ ଆପଣଙ୍କୁ ପ୍ରି-ବୁକିଂ କରିବାକୁ ହେବ । ଗୋଟିଏ ଡବାରେ ୧୫ଗ୍ରାମର ୧୫ଟି ଚକଲେଟ୍ ରହିଥିବ ଯାହାର ମୂଲ୍ୟ ଏକ ଲକ୍ଷ ଟଙ୍କା ।

ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ୧୦, ୨୦, ୫୦, ୧୦୦ ବା ହଜାରେ ଟଙ୍କିଆ ଚକଲେଟ୍ ଆପଣମାନେ ବି ଖାଇଥିବେ । କିନ୍ତୁ ଏହି ଲକ୍ଷେ ଟଙ୍କାର ଚକଲେଟ୍ ନାଁ ଶୁଣି ଏବେ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଭାରତର ଏଫଏମସିଜି କମ୍ପାନୀ ଆଇଟିସି ନିଜର ଚକଲେଟ୍ ବ୍ରାଣ୍ଡ ଫାବେଲର ଟ୍ୟାଗ୍ ଦେଇ ଏହି ଚକଲେଟକୁ ଲଂଚ କରିଛି ।

ଏଥିପାଇଁ କାଠର ଏକ ସ୍ୱତନ୍ତ୍ର ବାକ୍ସ ମଧ୍ୟ ପ୍ରସ୍ତୁତ ହୋଇଛି । ଯେଉଁଥିରେ ୧୫ଟି ଚକଲେଟ୍ ରହିବା ନେଇ ସ୍ଥାନ ରହିଛି । ଗିନିଜ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ ସ୍ଥାନ ପାଇଛି ଫାବେଲର ଏହି ଚକଲେଟ୍ । ବିଶ୍ୱର ସବୁଠୁ ଦାମୀ ଚକଲେଟ୍ ଭାବେ ଏହି ରେକର୍ଡ ହାତେଇଛି ଫାବେଲ୍ । ପୂର୍ବରୁ ଡେନମାର୍କର ଆର୍ଟିସନ୍ ଫ୍ରିଟଜ୍ ବିଶ୍ୱର ସବୁଠୁ ଦାମିକିଆ ଚକଲେଟ୍ ଥିବା ବେଳେ ଏବେ ଏହି ରେକର୍ଡ ନିଜ ନାଁରେ କରିଛି ଫାବେଲ୍ ଚକଲେଟ୍ସ । ଆର୍ଟିସନ୍ ଫ୍ରିଟଜ୍ର ଏକ କିଲୋଗ୍ରାମ ଚକଲେଟର ଦାମ୍ ୩.୩ ଲକ୍ଷ ଟଙ୍କା ରହିଥିଲା । ମାତ୍ର ଫାବେଲ୍ ଚକଲେଟର ଗୋଟିଏ କିଲୋକୁ ଦାମ୍ ୪ଲକ୍ଷ ଟଙ୍କାରୁ ଅଧିକ ରହିଛି । ଆଉ ଏହି କ୍ରମରେ ବିଶ୍ୱ ରେକର୍ଡ ହାତେଇଛି ଫାବେଲ ଚକଲେଟ୍ସ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>