ଫେସନ୍ ସୋ ମାଧ୍ୟମରେ ଓଡିଶା କଳା ଓ ସଂସ୍କୃତି ବିକାଶ ପାଇଁ ଅଭିନବ ପ୍ରୟାସ

ଭୁବନେଶ୍ୱର : ଓଡିଶା ଆର୍ଟ ଏଣ୍ଡ କଲଚର ଫାଉଣ୍ଡେସନ ତରଫରୁ ଓଡିଶାର କଳା ଓ ସଂସ୍କୃତିକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ନିମନ୍ତେ ଫେସନ୍ ସୋ କାର୍ଯ୍ୟକ୍ରମ “ନାୟକୀ”ଭୁବନେଶ୍ୱର ସ୍ଥିତ ଏକ ତାରକା ହୋଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶୁଭଶ୍ରୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରସ୍ତୁତିରେ ଓଡିଶାରୁ ୧୦୦ଜଣ ପ୍ରତିଯୋଗି ଭାଗନେଇଥିଲେ ।

nayiki fashion show nayiki fashion show1 nayiki fashion show3

ଯେଉଁମାନଙ୍କ ମଧ୍ୟରୁ ୧୦ଜଣଙ୍କୁ ଅନ୍ତିମ ପର୍ଯ୍ୟାୟ ପାଇଁ ବିଚାରକ ମଣ୍ଡଳୀର ସଦସ୍ୟମାନେ ବାଛିଥିଲେ । ସେହି ୧୦ଜଣ ବଛାବଛା ପ୍ରତିଯୋଗି ଏବଂ ଆହୁରି ଅନେକ କୁନିକୁନି ପିଲା ଖଦି ଓ ହାଣ୍ଡଲୁମ୍ ପୋଷାକ ପରିଧାନ କରି ର‌୍ୟାମ୍ପରେ ଚାଲିଥିଲେ । ଏହି ସବୁ ପୋଷାକକୁ ଡ୍ରେସ ଡିଜାଇନର “ବିଭାବରୀ” ଓ “ବସ୍ତ୍ରମ୍‌” ପ୍ରସ୍ତୁତ କରିଥିଲେ । ଓଡିଆ ଘରର ବିବାହ ସମୟରେ ନବବଧୂ ବେଶରେ ଖଦି ଓ ହସ୍ତତନ୍ତର ବ୍ୟବହାର ଏବଂ ଏତଦ୍‌ବ୍ୟତୀତ ଆମ ସରକାରୀସ୍ତରରେ ସ୍କୁଲ କଲେଜ ମାନଙ୍କରେ ପିଲାମାନଙ୍କର ୟୁନିଫମ୍ ଖଦି ଓ ହାଣ୍ଡଲୁମ୍ କୁ ବ୍ୟବହାର ମାଧ୍ୟମରେ ଖଦି ଓ ହାଣ୍ଡଲୁମ୍ ଉଦ୍ୟୋଗର ବିକାଶ ହୋଇପାରିବ ବୋଲି ସଂସ୍ଥାର ନିର୍ଦ୍ଦେଶିକା ଲୋପାମୁଦ୍ରା ପ୍ରଧାନ ମତପ୍ରକାଶ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ସୋ ଷ୍ଟପର ମୁମ୍ବାଇର ବରିଷ୍ଠ ଟେଲିଭିଜନ ତାରକା ତଥା ମଡେଲ ‘ରଜତ ଟୋକାସ’ ଓ ଓଡିଶା ଚଳଚ୍ଚିତ୍ର ଜଗତର ଆଗଧାଡିର ଅଭିନେତ୍ରୀ ‘ଶିବାନୀ’ । ଓଡିଆଣୀ ବଧୂ ବେଶରେ ସୋଷ୍ଟପରର ଜୁନିୟର ମଡେଲ ବିଜେତା ‘ଶତଭିକ୍ଷା’ ବେଶ୍ ଆକର୍ଷଣୀୟ ଥିଲେ । ଏହି କାର୍ଯ୍ୟକ୍ରମରେ ଭାଗନେଇଥିବା ୧୦ଜଣ ପ୍ରତିଯୋଗିଙ୍କ ମଧ୍ୟରୁ ତିନିଜଣ ବିଜୟୀ ପ୍ରତିଯୋଗିଙ୍କ ପୁରସ୍କୃତ କରାଯାଇଥିଲା । ଜନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>