ରାଜ୍ୟସ୍ତରୀୟ ବାଣୀ ପ୍ରଭା ସାହିତ୍ୟ ପରିବାର ସମାରୋହ

ଭୁବନେଶ୍ୱର : ବାଣୀ ପ୍ରଭା ସାହିତ୍ୟ ପରିବାରର ପ୍ରଥମ ଉଦଘାଟନୀ ଉତ୍ସବ ସାରସ୍ଵତ ସମାରୋହ, ପତ୍ରିକା ଉନ୍ମୋଚନ ଓ ବନ୍ଧୁ ମିଳନ ପର୍ବ, ସମ୍ବର୍ଧନା ସଭା ଆନୁଷ୍ଠାନିକ ଭାବେ ଭୁବନେଶ୍ୱର ସ୍ଥିତ ଲୋହିଆ ଏକାଡେମୀ ର ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ଗାଳ୍ପିକ ରବି ସ୍ୱାଇଁ ଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇ ଥିଲା । ବିଶିଷ୍ଟ କବି ଓ ରାଜନେତା ଶଙ୍କର୍ଷଣ ପରିଡ଼ା ଯୋଗ ଦେଇ,ପ୍ରଦୀପ ପ୍ରଜ୍ବଳନ କରି ଉତ୍ସବ କୁ ଉଦଘାଟନ କରିଥିଲେ । ପଣ୍ଡିତ ଅନନ୍ତ ନାରାୟଣ ପଣ୍ଡା ବେଦ ପାଠ କରିଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରାକ୍ତନ ସଭାପତି ଡକ୍ଟର ହୁସେନ ରବି ଗାନ୍ଧୀ ମୁଖ୍ୟ ବକ୍ତା ଭାବେ ଓ ସାହିତ୍ୟିକ ଏବଂ ନାଟ୍ୟକାର ଡକ୍ଟର ଅସିତ୍ ଦାସ ସମ୍ମାନିତ ଅତିଥି ଓ କବି ଶ୍ରୀଯୁକ୍ତ ରୋହିଣୀ ବେହେରା ଯୋଗ ଦେଇ ନିଜ ନିଜର ମୂଲ୍ୟବାନ ବକ୍ତବ୍ୟ ରଖି ଥିଲେ । ସାହିତ୍ୟ ରେ ଯୁବପିଢୀ ଙ୍କ ର ଅବଦାନ କୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭ ରେ ଶତାଧିକ କବି ଯୋଗ ଦେଇ ସ୍ବରଚିତ କବିତା ପାଠ କରିବା ସହ ମାନ ପତ୍ର ଗ୍ରହଣ କରିଥିଲେ ।
କବିତା ପାଠୋତ୍ସବ ରେ ଚିତ୍ରାରଣୀ ପାତ୍ର ଙ୍କ ସଭାପତିତ୍ବ ରେ ଅମ୍ବିକା ସ୍ୱାଇଁ , ମହାସ୍ମିତା ଓଝା ଓ ସୌମ୍ୟ ରଞ୍ଜନ ଦାଶ ସଂଯୋଜନା କରିଥିଲେ । ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଜଗନ୍ନାଥ ଜେନା ସଂପାଦକୀୟ ବିବୃତି ପାଠ କରିଥିଲେ । କବି ତଥା ଉପସ୍ଥାପକ ଶ୍ରୀଯୁକ୍ତ ପୂର୍ଣ୍ଣା ନନ୍ଦ ମହାନ୍ତି ମଞ୍ଚ ପରିଚାଳନା ଓ ମନୋଜ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ବାଣୀ ପ୍ରଭା ପରିବାର ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>