ଭୋପାଳ ରେଳ ଷ୍ଟେସନରେ ଅଘଟଣ: ଓଭର ବ୍ରିଜ୍‌ର ସିଡି ଭୁଶୁଡ଼ି ଜଣେ ମୃତ, ୪ ଜଣ ଗୁରୁତର

ଭୋପାଳ: ଭୋପାଳ ରେଳ ଷ୍ଟେସନରେ ଏକ ଅଘଟଣରେ ୫ ଜଣ ଆହତ ହୋଇଛନ୍ତି । ରେଳ ଷ୍ଟେସନରେ ଥିବା ଏକ ରାମ୍ପର ଛାତ ହଠାତ୍‌ ଖସି ପଡିଥିଲା । ଏହି ସମୟରେ ରେଳଷ୍ଟେସନରେ ବହୁତ ଯାତ୍ରୀ ରହିଥିଲେ । ସେଡ୍‌ ଖସିବାରୁ ସେଠାରେ ଭୟର ବାତାବରଣ ଦେଖା ଦେଇଥିଲା । ସେଡ୍‌ ଖସି ପଡିବାରୁ ୬ ଜଣ ଆହତ ହୋଇଛନ୍ତି । ଏହି ଅଘଟଣ ପରେ ରେଳ ବିଭାଗର ଅଧିକାରୀମାନେ ସେଠାରେ ପହଞ୍ଚିଛନ୍ତି । ଗୁରୁବାର ସକାଳେ ଏହି ଅଘଟଣ ହୋଇଥିଲା । ପ୍ଲାଟଫର୍ମ ନମ୍ବର ୩ରେ ଥିବା ଓଭର ବ୍ରିଜ୍‌ର ଛାତ ଖସିପଡିଥିଲା । ଏହାପରେ ସେଠାରେ ଯାତ୍ରାମାନେ ଏଣେ ତେଣେ ଦୌଡିଥିଲେ । ଗତ ବର୍ଷ ମୁମ୍ବାଇ ସିଏସ୍‌ଟି ନିକଟରେ ରେଳ ଓଭରବ୍ରିଜ୍‌ ଖସିପଡି ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ରେଳ ମନ୍ତ୍ରାଳୟ ପକ୍ଷରୁ ବାରମ୍ବାର ସୁରକ୍ଷା ଓ ଆଧୁନିକିକରଣକୁ ନେଇ ବିଭିନ୍ନ ଦାବି କରାଯାଉଛି । ମାତ୍ର ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏପରି ଅଘଟଣା ରେଳ ବିଭାଗର ଅଧିକାରୀଙ୍କ ଦାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>