ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ଆତ୍ମାହୂତି ଉଦ୍ୟମ : ଜାମିନରେ ଆସିବା ପରେ ପୁଅ କହିଲେ ମା’ଙ୍କ ପରି ମୁଁ ବି ଆତ୍ମାହୂତି ଦେବି

ବ୍ରହ୍ମପୁର : “ପ୍ରଥମେ ଦୁର୍ବୃତ୍ତମାନେ ମୋତେ ଆକ୍ରମଣ କରିଥିଲେ । ହେଲେ ବୟାନ ରେକର୍ଡ ବାହାନାରେ ଥାନାକୁ ଡାକି ପୁଲିସ୍‌ ମୋତେ ଗିରଫ କରିନେଲା । ମିଥ୍ୟା କେସ୍‌ରେ ଫସାଇଲା। ଏସ୍‌ପିଙ୍କ ସାକ୍ଷାତ ନ ପାଇ ମା’ ଆତ୍ମାହୂତି ଉଦ୍ୟମ କରି ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ତେଣୁ ୧୫ ଦିନ ଭିତରେ ନ୍ୟାୟ ନ ପାଇଲେ ମୁଁ ମଧ୍ୟ ଆତ୍ମାହୂତି  ଦେବି”। ଏ ପ୍ରକାର  ଚେତାବନୀ ଦେଇଛନ୍ତି ଆତ୍ମାହୂତି ଉଦ୍ୟମ କରି ଗୁରୁତର ହୋଇ ପଡ଼ିଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ପୁଅ କୃତ୍ତିବାସ ମିଶ୍ର ଓରଫ ରାଜା ମିଶ୍ର । ଅନ୍ତରୀଣ ଜାମିନରେ ମୁକୁଳିବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ଏପରି ବୟାନ ଦେଇଛନ୍ତି।

ଜାମିନରୁ ବାହାରିବା ପରେ ରାଜା ଅଭିଯୋଗ କରିଛନ୍ତି,  ଯେତେବେଳେ ପ୍ରଥମେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ, ସେ ସଂପର୍କରେ ବୈଦ୍ୟନାଥପୁର ଥାନାରେ  ଅଭିଯୋଗ କରିଥିଲେ ।  ହେଲେ ପୁଲିସ୍‌ ତାଙ୍କୁ ମିଥ୍ୟା କେସ୍‌ରେ  ଫସାଇ  ଗିରଫ କରିଥିଲା । ମା’ ମିନତୀ ମିଶ୍ରଙ୍କ ଆତ୍ମାହୂତି ପାଇଁ ପୁଲିସ୍‌କୁ  ଦାୟୀ କରି ରାଜା କହିଛନ୍ତି, ଯଦି ତାଙ୍କୁ ନ୍ୟାୟ ନ ମିଳେ, ସେ ମଧ୍ୟ ବାଧ୍ୟ ହୋଇ ଏପରି ଚରମ ପଦକ୍ଷେପ ନେବେ । ୨୫ ତାରିଖ ଯାଏ ରାଜାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଅତିରିକ୍ତ ଜିଲ୍ଲା ଦୌରା ଜଜ୍।

ଗତ ୨୮ ତାରିଖରେ ବାଇକ୍ ପାର୍କିଂକୁ କେନ୍ଦ୍ର କରି ରାଜା ଓ କେତେକ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ମାମଲାରେ ସୁନୀଲ ମହାରଣା ନାମକ ଅନ୍ୟ ଜଣେ ଯୁବକ ଓ ତାଙ୍କ କେତେକ ସହଯୋଗୀଙ୍କୁ ଗିରଫ କରିଥିଲା ପୁଲିସ୍‌।  ସେମାନଙ୍କର ପାଲଟା ଅଭିଯୋଗରେ ରାଜା ବି ଗିରଫ ହୋଇଥିଲେ। ଏହି ଘଟଣାରେ ରାଜାଙ୍କ ମା’  ଆତ୍ମାହୂତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ମିନାକ୍ଷୀ ଏବେ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>