ଚାନ୍ଦବାଲିରେ ପ୍ରତିଦିନ ଜାଲରେ ପଡୁଛନ୍ତି ଶହଶହ ଟନ ମାଛ ; ଏତେ ମାଛ ଆସୁଛନ୍ତି କେମିତି ମତ୍ସ୍ୟଜୀବୀ ଆଶ୍ଚର୍ଯ୍ୟ

ଏତେ ପରିମାଣର ମାଛ ଜାଲରେ ପଡିଛି, ଯାହାକୁ ନଦେଖିଲେ ବିଶ୍ୱାସ କରିହେବନି । ଡଙ୍ଗାରେ ମଧ୍ୟ ଟନ୍ ଟନ୍ ମାଛ ରହିଛି । ତେବେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛିୁ ଚାନ୍ଦବାଲିରେ । ମାଛ ଧରିବା ପାଇଁ ଲଗାଯାଇଥିବା ଜାଲରେ ପଡିଛି ଶହଶହ ଟନ ମାଛ । ଏକାସଙ୍ଗେ ଏତେ ପରିମାଣର ମାଛ ଦେଖି ତାଜୁବ ହୋଇଯାଇଛନ୍ତି ମତ୍ସ୍ୟଜୀବୀ ।
ପୂର୍ବରୁ ଏତେପରିମାଣର ମାଛ କେବେ ଦେଖାଯାଇନଥିଲା । ହଠାତ୍ ଟନ୍ ଟନ୍ ମାଛ ଜାଲରେ ପଡିଛି । ହଜାର ହଜାର ମାଛ ପାଣିରେ ମଧ୍ୟ ଭାସୁଛି । ମାଛକୁ ପାଣିରୁ ନେବା ମତ୍ସ୍ୟଜୀବୀଙ୍କ ପାଇଁ କାଠିକର ପାଠ ହୋଇଛି । ତିନି ଦିନ ଭିତରେ ୧୦ ଲକ୍ଷରୁ ଅଧିକ ମାଛ ଧରାଯାଇଛି । ବଡ କଥା ହେଉଛି ଦିନରୁ ରାତି ଯାଏ ପ୍ରବଳ ପରିମାଣରେ ମାଛ ଜାଲରେ ପଡୁଛି । ମତ୍ସ୍ୟଜୀବୀ କହିିଛନ୍ତି, ଏତେ ପରିମାଣର ମାଛ ସେମାନେ ପୂର୍ବରୁ କେବେ ଦେଖିନଥିଲେ ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>