ନିର୍ଭୟା କାଣ୍ଡର ରାୟ ଲେଖାଉଥିବା ବେଳେ ବେହୋସ ହୋଇଗଲେ ସୁପ୍ରିମ କୋର୍ଟର ଜଜ୍ ଆର୍. ଭାନୁମତୀ

ନୂଆ ଦିଲ୍ଲୀ: ନିର୍ଭୟା ଗଣ ଧର୍ଷଣ ଓ ହତ୍ୟା ମାମଲାର ଚ଼ାରି ଦୋଷୀଙ୍କୁ ଅଲଗା ଅଲଗା ଫାଶୀର ସଜା ଦେବାକୁ କେନ୍ଦ୍ର ସରକାରଙ୍କ ଯାଚ଼ିକା ଉପରେ ଆଦେଶ ଲେଖାଉଥିବା ବେଳେ ଶୁକ୍ରବାର ସୁପ୍ରିମ କୋର୍ଟର ଜଜ ଜଷ୍ଟିସ୍‌ ଆର୍‌. ଭାନୁମତୀ ବେହୋସ ହୋଇଯାଇଥିଲେ ।

ବେହୋସ ହେବାର କିଛି ସେକେଣ୍ଡ୍‌ ପରେ ସେ ପୁନଃ ଚ଼େତା ଫେରି ପାଇଥିଲେ, ମାତ୍ର ତାଙ୍କୁ କୋର୍ଟ ରୁମରୁ ତାଙ୍କ ବ୍ୟକ୍ତିଗତ ଚ଼୍ୟାମ୍ବରକୁ ନିଆଯାଇଥିଲା । ତା’ ପରେ ତାଙ୍କୁ ଏକ ହ୍ୱିଲ୍ ଚ଼େୟାରରେ ବସାଇ ଡ଼ାକ୍ତରୀ ଚ଼ିକିତ୍ସା ପାଇଁ ନିଆଯାଇଥିଲା ।

ଏହି ଘଟଣା ପରେ ଏହି ମାମଲାର ଶୁଣାଣି ଆସନ୍ତା ସପ୍ତାହ ଯାଏ ସ୍ଥଗିତ କରାଯାଇଥିଲା । ଖଣ୍ଡପୀଠ କହିଥିଲେ ଯେ ଆଦେଶ ପରେ ଘୋଷଣା କରାଯିବ ।

ଶୁଣାଣି ସମୟରେ ତିନି ଜଜଙ୍କ ଏହି ଖଣ୍ଡପୀଠ କହିଥିଲେ ଯେ ସେମାନେ ସୋମବାର ଟ୍ରାଏଲ କୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବାକୁ ଚ଼ାହିଁବେ। ନିମ୍ନ ଅଦାଲତ ଫାଶୀ ପାଇଁ ତାଜା ୱାରେଣ୍ଟ ଜାରି କରିବାରେ କୌଣସୀ ବାଧା ନାହିଁ ବୋଲି ସେମାନେ କହିଥିଲେ ।

‘‘ଟ୍ରାଏଲ କୋର୍ଟ କ’ଣ କରୁଛନ୍ତି ତାହା ଦେଖିବା ପାଇଁ ସୋମବାର ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ ନୁହେଁ କି? । ବର୍ତ୍ତମାନ ଆଉ କୌଣସି ଅଦାଲତରେ ଦୋଷୀମାନଙ୍କର କୌଣସି ଆବେଦନ ବିଚାରଧୀନ ନାହିଁ,’’ ସର୍ବୋଚ୍ଚ କୋର୍ଟ କହିଥିଲେ ।

ଏହାର କିଛି ମିନିଟ୍‌ ପୂର୍ବରୁ କୋର୍ଟ ରାଷ୍ଟ୍ରପତି ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରଜ କରିବା ବିରୋଧରେ ସେ ଆଣିଥିବା ଏକ ଯାଚ଼ିକାକୁ ଖାରଜ କରଥିଲେ । ଯାଚ଼ିକାରେ ଶର୍ମା ଅଭିଯୋଗ କରିଥିଲା ଯେ ତା’ ରାଜକ୍ଷମା ଆବେଦନକୁ ‘‘ଦୁର୍ଭାବନାଗ୍ରସ୍ତ ହୋଇ’’ ଖାରଜ କରାଯାଇଛି ।

କିନ୍ତୁ ସଲିସିଟର ଜେନେରାଲ ଯୁକ୍ତି ଦେଇଥିଲେ ଯେ ଯଦି ଏହି ସମଗ୍ର ମାମଲାରେ ଧାରା (ଟ୍ରେଣ୍ଡ) ଦେଖାଯାଏ, ତାହେଲେ ଦୋଷୀ ଅକ୍ଷୟ କୁମାର ସୋମବାର ତା’ ରାଜକ୍ଷମା ପ୍ରାର୍ଥନା ଅସ୍ୱୀକାର ହୋବା ବିରୋଧରେ ଏକ ଯାଚିକା ଦାୟର କରିବ ଓ ନିମ୍ନ ଅଦାଲତକୁ କୁହାଯିବ ଯେ ସୁପ୍ରିମ କୋର୍ଟରେ ଏହି ମାମଲା ବିଚ଼ାରାଧୀନ ଅଛି । ଏମିତି ହୋଇ ଫାଶୀ ମିଳିବେରେ ଆହୁରି ବିଳମ୍ବ ହେବ ବୋଲି ସେ କହିଥିଲେ ।

କେନ୍ଦ୍ର ସରକାର ନିଜ ଅତିରିକ୍ତ ସଲିସିଟର ଜେନେରାଲ କେ.ଏମ୍‌. ନଟରାଜଙ୍କ ମାଧ୍ୟମରେ ବୁଧବାର ଶୀର୍ଷ ଅଦାଲତରେ ଏହି ମାମଲାର ତୁରନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ଓ ଦୋଷୀମାନଙ୍କୁ ଅଲଗା ଅଲଗା ଫାଶୀ ନ ଦେଇ ଏକା ସଙ୍ଗେ ଫାଶୀ ଦେବା ପାଇଁ ବୁଧବାର ଆସିଥିବା ଫଇସଲାର ଭୀଷଣ ବିରୋଧ କରିଥିଲେ ।

ନଟରାଜ ଅଦାଲତକୁ କହିଥିଲେ ଯେ ଏହି ମାମଲାର ତିନି ଜଣ ଦୋଷୀଙ୍କ ସମୀକ୍ଷା ଯାଚ଼ିକା, କ୍ୟରେଟିଭ୍‌ ପିଟିସନ୍‌ ଓ ରାଜକ୍ଷମା ପ୍ରାର୍ଥନା ଅସ୍ୱୀକୃତ ହେବା ସତ୍ୱେ ଜେଲ ଅଧିକାରୀମାନେ ସେହି ଦୋଷୀମାନଙ୍କୁ ଫାଶୀ ଦେଇ ପାରୁନାହାନ୍ତି । ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଦୋଷୀମାନଙ୍କୁ ଆଉ ବାକିଥିବା ଆଇନଗତ ବିକଳ୍ପର ଉପଯୋଗ କରିବା ପାଇଁ ସପ୍ତାହକର ସମୟ ଦେଇଥିଲେ ।

ଉଚ୍ଚ ନ୍ୟାୟାଳୟ କହିଥିଲେ ଯେ ଯଦି ଦୋଷୀମାନେ ସାତ ଦିନ ମଧ୍ୟରେ ଆଇନଗତ ବିକଳ୍ପ ପାଇଁ କୌଣସି ପିଟିସନ ନ ଆଣନ୍ତି ତାହେଲେ ସମ୍ବଦ୍ଧିତ ସଂସ୍ଥନ ଆଇନ ଅନୁସାରେ ଡ଼େରି ନ କରି ଏହି ମାମଲାରେ ଆଗେଇ ପାରିବେ ।

ଜାନୁଆରୀ ୩୧ରେ ନିମ୍ନ ଅଦାଲତ ଏହି ମାମଲାର ଚ଼ାରି ଦୋଷୀଙ୍କ ଫାଶୀ ଉପରେ ‘‘ଆଗାମୀ ଆଦେଶ ପର୍ଯ୍ୟନ୍ତ’’ ରୋକ ଲଗାଇ ଥିଲେ । ଚ଼ାରି ଦୋଷୀ ମୁକେଶ କୁମାର ସିଂ (୩୨), ପୱନ ଗୁପ୍ତା (୨୫), ବିନୟ କୁମାର ଶର୍ମା (୨୬) ଓ ଅକ୍ଷୟ କୁମାର (୩୧) ତିହାର ଜେଲରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>