୫୨ ବର୍ଷରେ ପୁଣି ଥରେ ବିବାହ କଲେ ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଫିଲ୍ମ ମେକର ବିକ୍ରମ ଭଟ୍ଟ

ମୁମ୍ବାଇ: ୫୨ ବର୍ଷରେ ପୁଣି ହାତକୁ ଦି ହାତ ହୋଇଛନ୍ତି ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ଫିଲ୍ମ ମେକର ବିକ୍ରମ ଭଟ୍ଟ। ସେ ତାଙ୍କ ଦୀର୍ଘ ଦିନର ଜଣେ ବାନ୍ଧବୀଙ୍କୁ କରିଛନ୍ତି ସିକ୍ରେଟ ବିବାହ। ଲୁଚିଛପି ସେ ମିଡିଆ ଠାରୁ ଦୂରରେ ରହି ବିକ୍ରିମ ଦ୍ୱିତୀୟ ବିବାହ କରିଛନ୍ତି।

ବିକ୍ରମ ଭଟ୍ଟ ଶ୍ଵେତାମ୍ବରୀ ସୋନି ନାମକ ଯୁବତୀଙ୍କୁ ବିବାହ କରିଛନ୍ତି। କୁହାଯାଉଛି ଯେ ଦୁହେଁ ଗତ ବର୍ଷ ବିବାହ କରିସାରିଥିଲେ। କିନ୍ତୁ ବିକ୍ରମ ଏହି ବିବାହ ସମ୍ପର୍କରେ କାହାକୁ ଜଣାଇ ନଥିଲେ। ସେ ନିଜ ବିବାହ ଖବରକୁ ଲୁଚେଇ ରଖିଥିଲେ। କିନ୍ତୁ ବର୍ତ୍ତମାନ ଏହାର ଖୁଲାସା ହୋଇଛି। ତେବେ ବିକ୍ରମ ନିଜ ବିବାହକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି।

ରିପୋର୍ଟ ଅନୁଯାୟୀ, ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନିର୍ଦ୍ଦେଶକ ବିକ୍ରମ ଭଟ୍ଟଙ୍କ ପତ୍ନୀଙ୍କ ନାଁ ଶ୍ଵେତାମ୍ବରୀ ସୋନି। ଦୁହେଁ ପରସ୍ପରର ପ୍ରେମରେ ପାଗଳ। ସେଥିପାଇଁ ଏହି ସମ୍ପର୍କକୁ ଆଗକୁ ବଢାଇବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଜି ସୋନିଙ୍କ ଜନ୍ମଦିନରେ ବିକ୍ରମ ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ଅଭିନେତ୍ରୀ ସୁସ୍ମିତା ସେନ ଓ ଅମିଶା ପଟେଲଙ୍କୁ ବିକ୍ରମ ପୂର୍ବରୁ ଡେଟ କରିସାରିଛନ୍ତି।
ବିକ୍ରମ ଭଟ୍ଟ ଇନଷ୍ଟାଗ୍ରାମରେ ଶ୍ଵେତାମ୍ବରୀ ସୋନିଙ୍କ ଜନ୍ମଦିନରେ ନିଜର ଓ ସୋନିଙ୍କ ଏକ ଫଟୋ ଶେୟାର କରିଛନ୍ତି। ଏହାସହ ଏକ ସୁନ୍ଦର କ୍ୟାପସନ ଲେଖି ଜନ୍ମଦିନର ଶୁଭେଚ୍ଛା ଦେବା ସହ ନିଜ ମନ କଥା ମଧ୍ୟ କହିଛନ୍ତି।

ବିକ୍ରମ ଶ୍ଵେତାମ୍ବରୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହା ପୂର୍ବରୁ ଅଦିତି ଭଟ୍ଟଙ୍କୁ ବିବାହ କରିଥିଲେ। ବିକ୍ରମ ଓ ଅଦିତିଙ୍କ ଗୋଟିଏ ଝିଅ ଅଛି, ଯାହାର ନାଁ କୃଷ୍ଣା। ୧୯୯୮ ରେ ଦୁହିଁଙ୍କର ଝାଡପତ୍ର ହୋଇଥିଲା।

ବିକ୍ରମ ଭଟ୍ଟଙ୍କ ଲଭ୍‌ ଅଫେୟାର କଥା ବି-ଟାଉନ୍‌ରେ ପୂର୍ବରୁ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଛି। ସେ ଅନେକ ଅଭିନେତ୍ରୀଙ୍କୁ ଡେଟ୍‌ କରିବା ସହ ତାଙ୍କ ସମ୍ପର୍କ ମଧ୍ୟ ରହିଥିଲା। ଅଭିନେତ୍ରୀ ସୁସ୍ମିତା ସେନ ଓ ଅମିଶା ପଟେଲଙ୍କୁ ମଧ୍ୟ ବିକ୍ରମ ପୂର୍ବରୁ ଡେଟ କରିସାରିଛନ୍ତି। ଏପରିକି ବିକ୍ରମ ଏବଂ ସୁସ୍ମିତା ଲିଭ୍-ଇନ୍‌ରେ ରହୁଥିବା ନେଇ ମଧ୍ୟ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ପରେ ଉଭୟଙ୍କ ବ୍ରେକ ଅପ୍‌ ହୋଇଯାଇଥିଲା।

Leave a Reply

Your email address will not be published. Required fields are marked *