ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଅତ୍ୟାବଶ୍ୟକ ଗାଡ଼ି ପାଇଁ ପାସ୍ ଜରୁରୀ

ଭୁବନେଶ୍ୱର :କରୋନା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ଏହି ସମୟରେ ବିଭିନ୍ନ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ତେବେ ଲକ୍‌ଡାଉନ୍ ବେଳେ ଗାଡ଼ି ଚଳାଚଳ ନେଇ ସିପି ସୁଧାଂଶୁ ଷଡଙ୍ଗୀ ସୂଚନା ଜାରି କରିଛନ୍ତି। ରାସ୍ତାରେ ଚଳାଚଳ କରୁଥିବା ସମସ୍ତ ଗାଡ଼ି ପାଇଁ ପାସ୍ ଜରୁରୀ। ଅତ୍ୟାବଶ୍ୟକ କାମ ପାଇଁ ଯାଉଥିବା ଲୋକ ଜଣାଇଲେ ପୁଲିସ ପାସ୍ ଦେବ। ଅନ୍ୟ ସମସ୍ତ ଅନୁମତିପ୍ରାପ୍ତ ସଂସ୍ଥାର କର୍ମଚାରୀଙ୍କୁ ମଧ୍ୟ ପାସ୍ ଜରୁରୀ। ସମସ୍ତ ସରକାରୀ ଅଫିସ, ବ୍ୟାଙ୍କ, ହସ୍ପିଟାଲ, ଗଣମାଧ୍ୟମ ପାଇଁ ପାସ୍ ଲାଗୁ।

ନିକଟସ୍ଥ ଥାନାରୁ ଅନୁମତିପ୍ରାପ୍ତ ସଂସ୍ଥା କର୍ମଚାରୀଙ୍କ ପାଇଁ ପାସ୍ ଇସୁ ହେବ। କର୍ମଚାରୀ, ଗାଡ଼ି ବିବରଣୀ ଓ ଯିବା ଆସିବା ରାସ୍ତା ନେଇ ସୂଚନା ଦେବ ସଂସ୍ଥା।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>