ଓଡ଼ିଶା ସମେତ ୫ ରାଜ୍ୟରେ ଅଛି ଦେଶର ଅର୍ଦ୍ଧାଧିକ ବସ୍ତି

ନୂଆଦିଲ୍ଲୀ : ଦେଶରେ ଥିବା ବସ୍ତିଗୁଡିକ ମଧ୍ୟରୁ ୫୧% ବସ୍ତି ଓଡ଼ିଶା ସମେତ ୫ଟି ରାଜ୍ୟରେ ରହିଛି ବୋଲି ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅନ୍ୟ ରାଜ୍ୟଗୁଡିକ ମଧ୍ୟରେ ରହିଛି ତାମିଲନାଡ଼ୁ, ଛତିଶଗଡ଼, ଝାଡଖଣ୍ଡ ଓ ବିହାର । ରାଜସ୍ଥାନ ଗ୍ରାମୀଣ ବିକାଶ ବିଭାଗ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ରାଜ୍ୟଗୁଡିକର ମୋଟ ଜନସଂଖ୍ୟାର ୧୦%ରୁ ଅଧିକ ଲୋକ ବସ୍ତି ଅଞ୍ଚଳରେ ବାସ କରନ୍ତି । ୨୦୦୮-୦୯ର ତଥ୍ୟକୁ ନେଇ ପ୍ରସ୍ତୁତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଓଡ଼ିଶାରେ ପ୍ରତି ୧୦୦ ପରିବାର ମଧ୍ୟରୁ ୧୭ଟି ବସ୍ତିରେ ରୁହନ୍ତି । ସେହିଭଳି ଏହି ସଂଖ୍ୟା ଛତିଶଗଡ଼ରେ ୧୮, ତାମିଲନାଡୁରେ ୧୧, ଝାଡଖଣ୍ଡରେ ୧୪ ଏବଂ ବିହାରରେ ୧୦ ରହିଛି । ଏହି ବର୍ଷ ତାମିଲନାଡ଼ୁରେ ଦେଶର ସର୍ବାଧିକ ୩୦% ବସ୍ତି ଥିଲା ବୋଲି ବିଭାଗୀୟ ପ୍ରକଳ୍ପ ନିଦେ୍ର୍ଦଶକ ଏଚ୍‌. ଏସ୍‌. ଚୋପ୍ରାଙ୍କ ଦ୍ୱାରା ଗତ ସେପ୍ଟେମ୍ବରରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି । ଯେଉଁ ପରିବାରର କଂକ୍ରିଟ୍‌ ଛାତ, ପାନୀୟ ଜଳ ସୁବିଧା, ଶୌଚାଳୟ ଏବଂ ମଇଳା ଜଳ ନିଷ୍କାସନ ଲାଗି ବନ୍ଦ ନାଳର ବ୍ୟବସ୍ଥା ନ ଥିବ ସେ ଅଞ୍ଚଳକୁ ବସ୍ତିଅଞ୍ଚଳ ଭାବେ ଅଭିହିତ କରାଯିବ ବୋଲି ବସ୍ତିଗଣନା କମିଟି ୨୦୧୦ର ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ଯେଉଁ ଅଞ୍ଚଳରେ ଏହିଭଳି ୨୦ଟି ପରିବାର ଥିବ ତାହାକୁ ବସ୍ତିଅଞ୍ଚଳ ଘୋଷଣା କରାଯିବ ବୋଲି ଏଥିରେ କୁହାଯାଇଛି । ବସ୍ତିରେ ବାସ କରୁଥିବା ୧୦%ର ଅଧିକ ଲୋକ ଅନୁସୂଚୀତ ଜାତି ଓ ଜନଜାତିର ଅଟନ୍ତି । ଅନ୍ୟପକ୍ଷରେ ସହରାଞ୍ଚଳରେ ୬୦% ବସ୍ତି ସରକାରୀ ଜମି ଉପରେ ରହିଥିବା ବେଳେ ୪୦% ସ୍ଥାନୀୟ ଲୋକଙ୍କ ଜମିରେ ରହିଛି ବୋଲି ଜାତୀୟ ସହରାଞ୍ଚଳ ଭଡାଘର ନୀତି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ମୁମ୍ବଇରେ ବିଶ୍ୱର ତୃତୀୟ ସର୍ବାଧିକ ବସ୍ତି ରହିଥିବା ବେଳେ ଏଠାକାର ଧରାବି ଅଞ୍ଚଳରେ ୯୦% ଲୋକ ଶ୍ୱାସଜନିତ ରୋଗରେ ପ୍ରାଣ ହରାଉଛନ୍ତି ବୋଲି ଅନ୍ତର୍ଜାତୀୟ ଲୋକସଂଖ୍ୟା ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ୨୦୧୫ ଅଗଷ୍ଟ ୭ରେ ରିପୋର୍ଟ ପ୍ରକାଶ ପାଇଥିଲା । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦେଶର ସର୍ବାଧିକ ବସ୍ତି ମହାରାଷ୍ଟ୍ରରେ ଥିବା ସତ୍ତ୍ୱେ ଏହି ରାଜ୍ୟର ମୋଟ ୯.୮ ନିୟୁତ ଲୋକସଂଖ୍ୟାର କେବଳ ୩.୭% ଲୋକ ହିଁ ବସ୍ତିରେ ରହୁଛନ୍ତି । ୨୦୦୮-୦୯ରେ ଏହି ଅଞ୍ଚଳରେ ପ୍ରତି ୧୦୦ରେ ଗୋଟିଏ ପରିବାର ବସ୍ତିରେ ରହୁଥିବା ରିପୋର୍ଟରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>