ଆନ୍ତର୍ଜାତୀୟ କ୍ରିକେଟର ରସ୍‌ ଟେଲରଙ୍କ ଅବସର ଘୋଷଣା

ଅଷ୍ଟ୍ରେଲିଆ ଏବଂ ନେଦରଲାଣ୍ଡସ ବିପକ୍ଷ ଦିନିକିଆ ସିରିଜ ପରେ ଅବସର ନେବେ ଟେଲର । ୨୦୦୬ରେ ସେ ଆନ୍ତର୍ଜାତିକ କ୍ରିକେଟ ଜୀବନ ଆରମ୍ଭ କରିଥିଲେ | ଭାରତକୁ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଜିତିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ ଟେଲର | ଉଭୟ ଟେଷ୍ଟ ଏବଂ ଦିନିକିଆରେ ମୋଟ ୪୦ଟି ଶତକ ହାସଲ କରିଛନ୍ତି । ଦିନିକିଆରେ ୨୧ ଏବଂ ଟେଷ୍ଟ କ୍ରିକେଟରେ ୧୯ଟି ଶତକ ସହଲ କରିଛନ୍ତି ଟେଲର। ନ୍ୟୁଜିଲାଣ୍ଡ ପାଇଁ ୩ ଯାକ ଫର୍ମାଟରେ ୧୦୦ଟି ଲେଖାଏଁ ମ୍ୟାଚ ଖେଳିବାର ଗୌରବ ହାସଲ କରିଛନ୍ତି ୩୭ ବର୍ଷୀୟ ରସ୍‌ ଟେଲର |

Leave a Reply

Your email address will not be published. Required fields are marked *