ଦେଶରେ ୧ଲକ୍ଷ ୭୦ ହଜାର ପାର୍‍ କଲା ଦୈନିକ କରୋନା ମାମଲା

ନୂଆଦିଲ୍ଲୀ: ଦେଶରେ ଲଗାତର ବଢ଼ୁଛି ଦୈନିକ କରୋନା ମାମଲା । ଆଜି ଦେଶରେ ୧ଲକ୍ଷ ୭୦ ହଜାର ପାର୍‍ କରିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୧ଲକ୍ଷ ୭୯ ହଜାର ୭୨୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଦୈନିକ ସଂକ୍ରମଣ ହାର ୧୩.୨୯%କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୧୪୬ ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଏଯାଏ ଦେଶରେ କରୋନାରୁ ସୁସ୍ଥ ହେଲେଣି ୩କୋଟି ୪୫ଲକ୍ଷରୁ ଅଧିକ ଆକ୍ରାନ୍ତ । ଦେଶରେ ମୋଟ୍ କରୋନା ଜନିତ ମୃତ୍ୟୁସଂଖ୍ୟା ୪ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି । ଦେଶରେ ଏଯାଏ ୧୫୧କୋଟି ୯୪ଲକ୍ଷରୁ ଅଧିକ ଲୋକ ଟିକା ନେଇଛନ୍ତି । ସେହିପରି ଅନ୍ୟପଟେ ଦେଶରେ କାୟା ମେଲାଉଛି ଓମିକ୍ରନ୍‍ ଭୂତାଣୁ । ସାରା ଦେଶରେ ୪,୦୩୩ ଓମିକ୍ରନ ମାମଲା ଚିହ୍ନଟ ହେଲେଣି ।

Leave a Reply

Your email address will not be published. Required fields are marked *