ସୁପ୍ରିମକୋର୍ଟର ୧୦ ବିଚାରପତି କୋଭିଡ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ:ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଉପରେ କରୋନା କୋପ । ସୁପ୍ରିମକୋର୍ଟର ୧୦ ବିଚାରପତି କରୋନା କବଳରେ ପଡ଼ି ଯାଇଛନ୍ତି। ଏ ଯାଏ ସୁପ୍ରିମକୋର୍ଟର ପ୍ରାୟ ୩୦ ପ୍ରତିଶତ କର୍ମଚାରୀ ମହାମାରୀ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛନ୍ତି। ଏଥିଯୋଗୁ ଦୈନଦିନ କାମ ବାଧାପ୍ରାପ୍ତ ହେଉଥିବା ବେଳେ ପୂରା ଘଟଣା ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ତିକ୍ଷଣ୍‌ ନଜର ରଖିଥିବା କୁହାଯାଇଛି।

ସୁପ୍ରିମକୋର୍ଟର ୩୨ ବିଚାରପତିଙ୍କ ମଧ୍ୟରୁ ୧୦ ଜଣ ପଜିଟିଭ ଚିହ୍ନଟ ହୋଇ ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ବିଚାରପତି କରୋନାମୁକ୍ତ ହୋଇ ପୁଣି ଥରେ କାମରେ ଯୋଗ ଦେଇ ସାରିଛନ୍ତି। ବର୍ତ୍ତମାନ ୮ ବିଚାରପତି ପଜିଟିଭ ହୋଇଥିବା ବେଳେ ହୋମ ଆଇସୋଲେସନ୍‌ରେ ଅଛନ୍ତି।

Leave a Reply

Your email address will not be published. Required fields are marked *