ଆଜି ଦେଶରେ ଟପିଲା ୩ଲକ୍ଷ କରୋନା ମାମଲା

ଭୁବନେଶ୍ୱର: ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଆଜି ଦେଶରେ ୩ଲକ୍ଷ ଟପିଲା କରୋନା ମାମଲା । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩ଲକ୍ଷ ୧୭ହଜାର ୫୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ କରୋନା ନେଇଛନ୍ତି ୪୯୧ ଜଣଙ୍କ ଜୀବନ । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥହୋଇଛନ୍ତି ୨,୨୩,୯୯୦ ଆକ୍ରାନ୍ତ । ଦେଶରେ କରୋନା ସକ୍ରିୟ ମାମଲା ରହିଛି ୧୯,୨୪,୦୫୧ । ଆଜିର ସଂକ୍ରମଣ ତୁଳନାରେ ଦେଶରେ ଦୈନିକ ସଂକ୍ରମଣ ହାର ୧୬.୪୧%କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ବଢ଼ୁଛି ଓମିକ୍ରନ୍‍ ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ ମୋଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୨୮୭କୁ ବୃଦ୍ଧି ପାଇଛି । ଗତକାଲିଠାରୁ ଦେଶରେ ୩.୬୩% ଓମିକ୍ରନ ଆକ୍ରାନ୍ତ ବଢି଼ଛନ୍ତି ।

Leave a Reply

Your email address will not be published. Required fields are marked *