ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା ; ସିପିପି ଓ୍ୱାନ୍‌ରେ ପ୍ଲେଟ ଖସି ଜଣେ ମୃତ , ଅନ୍ୟ ଜଣେ ଗୁରୁତର

ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସ୍‌ପି )ରେ ଆଜି ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।
ମୃତକଙ୍କ ନାଁ ଅମର ପଣ୍ଡା। ଆହତଙ୍କ ନାଁ ସୁଶୀଲ କୁମାର ଦେବ ବୋଲି ପୁଲିସ୍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉଭୟ ଠିକା କର୍ମଚାରୀ। ସେମାନେ ଗୋମତି କନ୍‌ଷ୍ଟ୍ରକ୍ସନ ଜରିଆରେ ଏଠାରେ କାମ କରୁଥିଲେ।
ପ୍ଲାଣ୍ଟର ସିପିସି ୱାନ୍‌ରେ ପ୍ଲେଟ୍ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ଗୁରୁତର ଭାବେ ଆହତ ସୁଶୀଲ କୁମାର ଦେବଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବାରମ୍ବାର ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଥିରେ ବିଶେଷ କରି ଠିକା କର୍ମଚାରୀମାନଙ୍କର ହିଁ କ୍ଷତି ହେଉଛି। ସେମାନଙ୍କ ଜୀବନ ଯାଉଛି ନହେଲେ ଆହତ ହେଉଛନ୍ତି। ଏହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି। ଏ ଦିଗରେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଠୋସ୍ ପଦକ୍ଷେପ ନେବା ଉଚିତ୍ ବୋଲି ସାଧାରଣରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *