ବିଜେପିରେ ସାମିଲ ହେଲେ ରେସଲର୍‌ ଦି ଗ୍ରେଟ୍‌ ଖଲି

ନୂଆଦିଲ୍ଲୀ: ପଦ୍ମ ଧରିଲେ ରେସଲର୍‌ ଦି ଗ୍ରେଟ୍‌ ଖଲି। WWE ରେସଲର୍‌ ଖଲି ଆଜି ଦିଲ୍ଲୀ ସ୍ଥିତ ବିଜେପି କାର୍ଯ୍ୟାଳୟକୁ ଯାଇ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ଗ୍ରେଟ୍‌ ଖଲିଙ୍କ ବିଜେପିରେ ଏଣ୍ଟ୍ରି ନିହାତି ରୂପେ ବିଜେପି ପାଇଁ ଲାଭଦାୟକ ହୋଇପାରେ ବୋଲି ଆଶା କରାଯାଇଛି।

ବିଜେପିରେ ଯୋଗଦେବା ପରେ ଖାଲି କହିଛନ୍ତି ଯେ, ବିଜେପିରେ ଯୋଗ ଦେଇ ସେ ନିଜକୁ ଭଲ ଅନୁଭବ କରୁଛନ୍ତି। କୌଣସି ଏଭଳି ଦେଶ ବାକି ନାହିଁ ଯେଉଁଠାରେ ମୁଁ କୁସ୍ତି କରି ନାହିଁ। ଯଦି ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ମୁଁ ଆମେରିକାରେ ରହିଥା’ନ୍ତି। କିନ୍ତୁ ମୁଁ ଭାରତକୁ ଆସିଛି କାରଣ ମୋର ଦେଶ ପ୍ରତି ଅହେତୁକ ଭଲପାଇବା ଅଛି। ମୁଁ ଦେଖିଛି ଯେ ମୋଦିଙ୍କ ରୂପରେ ଦେଶ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ଏଥିପାଇଁ ମୁଁ ଭାବିଲି ଦେଶରେ ରହି, ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି।’ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ବିଚାରଧାରା ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି ଖଲି କହିଛନ୍ତି।

ସୂଚନା ମୁତାବକ, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ସେତେବେଳେ ଅଖିଲେଶ ଏବଂ ତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା କିଛି ସାମ୍ନାକୁ ଆସିନଥିଲା। କିନ୍ତୁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା।

Leave a Reply

Your email address will not be published. Required fields are marked *