୪ ବର୍ଷରୁ କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଓ ସିଟ୍‌ବେଲ୍ଟ ବାଧ୍ୟ ; କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଏଣିକି ୪ ବର୍ଷର କମ୍‌ ପିଲା ପିନ୍ଧିବେ ହେଲ୍‌ମେଟ୍‌। ସେମାନଙ୍କ ପାଇଁ ସିଟ୍‌ବେଲ୍ଟ ବି ବାଧ୍ୟ। ଦୁଇ ଚକିଆ ଯାନରେ ଯାଉଥିବା ୪ ବର୍ଷର କମ୍‌ ପିଲାଙ୍କ ପାଇଁ ହେଲ୍‌ମେଟ୍‌ ଏବଂ ସୁରକ୍ଷା ବେଲ୍ଟ ବାଧ୍ୟତାମୂଳକ କରାଯାଇଛି। ଏନେଇ କେନ୍ଦ୍ର ସରକାରଙ୍କ ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ବିଜ୍ଞପ୍ତି ଅନୁଯାୟୀ, ବାଇକ୍‌ରେ ବସିଥିବା ପିଲାଙ୍କ ପାଇଁ ସେଫ୍ଟି ହାର୍ନେସ୍‌ ଜରୁରୀ। ଏଥିସହ ପିଲାଙ୍କୁ କ୍ରଶ୍‌ ହେଲ୍‌ମିଟି ପିନ୍ଧାଇବାକୁ ବାଧ୍ୟ। ସେହିପରି ବାଇକ୍‌ରେ ପିଲାଙ୍କୁ ବସି ଗାଡି ଚଳାଇବା ବେଳେ ଗାଡିର ସ୍ପିଡ୍‌ ଘଣ୍ଟା ପ୍ରତି ୪୦ରୁ ଅଧିକ ରହିବା ଉଚିତ ନୁହେଁ। ଏହି ନୂଆ ନିୟମ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ରୁ ଲାଗୁ ହେବ।

ନିୟମ ଅନୁଯାୟୀ ବାଇକରେ ୯ ମାସରୁ ୪ ବର୍ଷ ଯାଏଁ ପିଲାଙ୍କୁ ବସାଇ ଚଲାଇବା ବେଳେ ସେଫ୍ଟି ବେଲ୍ଟ ଲଗାଇବା ଜରୁରୀ। ପଛରେ ବସିଥିବା ପିଲାଙ୍କୁ କ୍ରସ୍‌ ହେଲମେଟ୍‌ ମଧ୍ୟ ପିନ୍ଧାଇବାକୁ ପଡିବ। ସେଫ୍ଟି ବେଲ୍ଟି ୩୦ କିଲୋ ଯାଏ ଓଜନ ସମ୍ଭାଳି ପାରୁଥିବା ଉଚିତ। ଏଥିସହ ଏହା ନାଇଲନ୍‌ ତଥା ପର୍ଯ୍ୟାପ୍ତ କୁଶନିଂ ଯୁକ୍ତ ଫମ୍‌ ଓ ନରମଦାୟକ ହେବ ସହ ମଲ୍ଟିଫିଲମେଣ୍ଟରେ ତିଆରି ହେବା ଉଚିତ। ବେଲ୍ଟଟି ପୂରାପୁରି ୱାଟ୍‌ପ୍ରୁଫ ମଧ୍ୟ ଥିବା ଉଚିତ। ଏହି ସେପ୍ଟି ବେଲ୍ଟଟି ଏକ ପ୍ରକାରର ସେଫ୍ଟି ଜ୍ୟାକେଟ୍‌ ଭଳି ହୋଇଥାଏ।

ସୂଚନା ମୁତାବକ, ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବର ମାସରେ ମନ୍ତ୍ରାଳୟ ଏକ ଡ୍ରାଫ୍ଟ ନୋଟିଫକେସନ ଜାରି କରି ନିୟମରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଆଗକୁ ଆଉ ଏକ ନୂଆ ନିୟମ ମଧ୍ୟ ତିଆରି ହେବ, ଯାହା ଭାରି ମାଲ ପରିବହନ କରୁଥିବା ଯାନ ଉପରେ ଲାଗୁ ହେବ ବୋଲି ସୂଚନା ମିଳିଛି। ଭାରି ଯାନ ଗୁଡିକରେ ଟ୍ରାକି ସିଷ୍ଟମ ଲଗାଇବା ବାଧ୍ୟତାମୂଳକ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି।

Leave a Reply

Your email address will not be published. Required fields are marked *