ବ୍ରାଜିଲରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନରେ ୭୮ ମୃତ ଓ ଶତାଧିକ ନିଖୋଜ

ବ୍ରାଜିଲର ପେଟ୍ରୋପଲିସରେ ପ୍ରକୃତିର ତାଣ୍ଡବ । ପ୍ରବଳ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ହୋଇଛି । ଭୂସ୍ଖଳନରେ ପ୍ରାୟ ୭୮ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି । ଏନେଇ ଗତକାଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଗତ ମଙ୍ଗଳବାର ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା । ଫଳରେ ପେଟ୍ରୋପଲିସ୍ ସର୍ବାଧିକ ପ୍ରଭାବିତ ହୋଇଥିଲା । ଭୂସ୍ଖଳନ ଯୋଗୁ କିଛି ଘର ଦ୍ୱାରା ଭାଙ୍ଗିବା ସହ ଲୋକ ମାନେ ଫସି ରହିଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ୍‍ ପହଞ୍ଚି ପ୍ରାୟ ୨୧ରୁ ଅଧିକ ଲୋକଙ୍କୁ ଉଦ୍ଧାର କରିଥିଲା ।

Leave a Reply

Your email address will not be published. Required fields are marked *