” ଗୋଷ୍ଠି ଅଧୀକାର ଓ ଗୋଷ୍ଠୀ ଜଂଗଲ ସମ୍ବଳ″ ଉପରେ ପୁସ୍ତକ ଉନ୍ମୋଚନ

ଭୁବନେଶ୍ବର,୧୧ ଏପ୍ରୀଲ୍ : ଅନୁସୂଚୀତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଂକର (ଜଂଗଲ ଅଧୀକାର ସ୍ବୀକୃତି) ଆଇନ ୨୦୦୬ (ସଂଖେପରେ ଜଂଗଲ ଅଧୀକାର ଆଇନ) ରେ ଗ୍ରାମସଭାକୁ ” ଗୋଷ୍ଠି ଅଧୀକାର ଓ ଗୋଷ୍ଠୀ ଜଂଗଲ ସମ୍ବଳ″ ଉପରେ ଅଧୀକାର ମାନ୍ୟତା ଦିଆଯାଇଛି ଏହି ଆଇନରେ ଗ୍ରାମସଭାକୁ ଗାଁର ପାରମ୍ପରିକ ସୀମା ମଧ୍ୟରେ ଥୀବା ଗୋଷ୍ଠୀ ଜଂଗଲ ସମ୍ବଳକୁ ସଂରଖ୍ୟଣ ସୁରଖ୍ୟା ଓ ପରିଚୀଳନା କରିବାର ଖ୍ୟମତା ଓ ଦାଇତ୍ବ ଦିଆଯିବା ସହ “ଗୋଷ୍ଠୀ ଜଂଗଲ ସମ୍ବଳ″ ସୁରଖ୍ୟା, ସଂରଖ୍ୟଣ ପରିଚାଳନା ଏବଂଗ୍ରମସଭାକୁ ଏହାର ଯୋଜନା ପ୍ରସ୍ତୁତ କରିବାର ଖ୍ୟମତା ଓ ଦାୟିତ୍ବ ମଧ୍ୟ ଦିଆଯାଛି। କିନ୍ତୁ ରାଜ୍ୟ ତଥା ଦେଶରେ ଆଜିଯାଏ ଗ୍ରାମଗୋଷ୍ଠୀ ମାନେ ଜଂଗଲ ଅଧୀକାର ଆଇନିର ଏହି ବ୍ୟବସ୍ଥାକୁ ସରଳରେ ବୁଝି ଓ ତାହାକୁ ବ୍ୟବହାର କରି ନିଜର ” ଗୋଷ୍ଠୀ ଜଂଗଲ ସମ୍ବଳ ପରିଚାଳନା ଯୋଜନା “ପ୍ରସ୍ତୁତ କରିବା ଏକ କଠିନ ସମସ୍ୟା ଭାବେ ରହି ଚାଲିଛି। ଯେଉଁଥୀପାଇଁ ବନବାସୀ ମାନେ ସେମାନଂକର ସ୍ବୀକୃତି ପ୍ରାପ୍ତ ଗୋଷ୍ଠୀ ଏବଂ ଗୋଷ୍ଠୀ ଜଂଗଲ ସମ୍ବଳ ଉପରେ ନିଜର ମାଲିକାନା ଏବଂ ପରିଚାଳନା ନିୟଂଣତା କରିବା ସବୋଚ ଆବଶ୍ୟକ। ଏହାଦ୍ବାରା ବନବାସୀ ମାନେ ଆଇନରେ ପ୍ରଦତ୍ତ ସବୁଠାରୁ ଗୁରୁତ୍ବପୂନ ଅଧୀକାରକୁ ପାଇବା ପାଇଁ ଅତି ଜରୁରି ହୋଇପଡିଚି। ଏହିପରିପ୍ରେଖୀର କନ୍ଧମାଳ ଜିଲ୍ଲାର ପ୍ରିଏଡି ଗ୍ରାମବାସୀ ମାନଂକର ଜଂଗଲ ସମ୍ବଳର ସୁରଖ୍ୟା ,ସଂରଖ୍ୟଣ ଓ ବ୍ୟବହାର ସମ୍ପକିତ ପାରମ୍ପରିକ ଗ୍ୟାନ,ଢାଂଚା ଓ ଅଭ୍ୟାସ ପ୍ରକ୍ରିୟାକୁ ଲଗାତର ଭାବେ ଅନୁଧ୍ୟାନ କରି ପ୍ରିଏଡି ଗ୍ରମସଭାର ” ଗୋଷ୍ଠୀ ଜଂଗଲ ସମ୍ବଳ ପରିଚାଳନା କମିଟି ” ଏବଂ ଜଂଗଲ ଓ ଜମି ଗବେଷଣା ଓ ସାଧନା କମୀ ଡକ୍ଟର ଶ୍ରୀଚରଣ ବେହେରା ଓ ଶ୍ରୀଜିତେନ୍ଦ୍ର କୁମାର ସାହୁଂକୁ ମିଳିତ ଉଦ୍ୟମ ଏକ ଯୋଜନା ପ୍ରସ୍ତୁତ କରାଇଛି ଯାହା ପ୍ରିଏଡି ଗ୍ରାମସଭା ଓ ସେଣ୍ଟର ଫର ସଷ୍ଟେନେବଲ ଡେଭେଲପମେଣ୍ଟ ଟ୍ରଷ୍ଟଂକ ଦ୍ବାରା ଏକ ପୁସ୍ତକାଭାବେ ପ୍ରକାଶିତ କରାଯାଇଛି। ଏହି ପୁସ୍ତିକାଟି ଓଡିଶାର ଅନ୍ୟଗ୍ରମ ଗୁଡିକରେ ଗୋଷ୍ଠୀ ଜଂଗଲ ସମ୍ବଳ ପରିଚାଳନା ଯୋଜନା ପ୍ରସ୍ତୁତି ଓ ଜଂଗଲ ଅଧୀକାର ଆଇନର ସଫଳ କାଯ୍ୟକାରିତାରେ ଏକ ସହାୟକ ହୋଇ ପାରିବ ।ଏହି ପୁସ୍ତକାଟିକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିବାପାଇଁ ଆଜି ଅପରାହ୍ନ ୨:୩୦ ଠାରୁ ୫:୩୦ ଘଣ୍ଟିକା ମଧ୍ୟରେ ରେଡକ୍ରସ ଭବନରେ ଭୁବନେଶ୍ବର ଠାରେ ଆୟୋଜନ ଏହିସଭାର ମୁଖ୍ୟ ଅତିଥୀ ଭାବେ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝି, ମାନ୍ୟବର ମନ୍ରୀ,ଅନୁସୂଚିତ ଜାତି ଓ ଜନଜୀତି କଲ୍ୟାଣ, ସମ୍ମାନୀୟ ଅତିଥୀ ଭାବେ ଶ୍ରୀମତୀ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ, ମାନନୀୟା ସାଂସଦ, କନ୍ଧମାଳ ଲୋକସଭା ଓ ଅନ୍ୟ ମାନଂକ ମଧ୍ୟରେ ଶ୍ରୀଯୁକ୍ତ ମାନସ ମାଡକୀମୀ,ବିଧାୟକ ମାଲକାନାଗିରି, ଶ୍ରୀଯୁକ୍ତ ଦୁଗୁନି କଁହର, ବିଧାୟକ ଫୁଲବାଣୀ ଏବଂ ଚିତ୍ରକୋଣ୍ତା ବିଧାୟକ,ଶ୍ରୀଯୁକ୍ତ ଡମ୍ବରୁ ଶିଶାଂକ ସହିତ କନ୍ଧମାଳରୁ ୫୦ ରୁ ଉଦ୍ଧ ବ୍ୟକ୍ତି ଏହି କାଯ୍ୟକମରେ ଯୋଗ ଦେଇଥୀଲେ

By : Geetanjali

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.