ଉତ୍କଳ ୟୁନିଭରସିଟି ଓମେନ ଷ୍ଟଡି ବିଭାଗରେ ସଙ୍ଗୀତ ପ୍ରତିଯୋଗିତା

ଭୁବନେଶ୍ୱର : ଆଜି ଉତ୍କଳ ୟୁନିଭରସିଟି ଓମେନ ଷ୍ଟଡି ବିଭାଗରେ ଏକ ସଙ୍ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି | ବିଭାଗର ଛାତ୍ରଛାତ୍ରୀମାନେ ଏହି ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ | ସାମାଜିକ ଅନୁଷ୍ଠାନ ଅସ୍ତିତ୍ବ ଓ ପ୍ରଶାନ୍ତି ଏଜୁକେସନ ଏଣ୍ଡ ଚାରୀଟେବଲ ଟ୍ରଷ୍ଟ ପକ୍ଷରୁ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଓମେନ ଷ୍ଟଡି ବିଭାଗର ନିର୍ଦ୍ଦେଶିକା ପ୍ରଫେସର ଜୟନ୍ତୀ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ବିଚାରକ ଭାବେ ସଙ୍ଗୀତ ଶିକ୍ଷକ ଜ୍ୟୋତ୍ସ୍ନା ରାଣୀ ନାୟକ ଉପସ୍ଥିତ ଥିବାବେଳେ ଅସ୍ତିତ୍ୱ ର ସମ୍ପାଦିକା ମମତା ଦାଶ ଏବଂ PECT ର ଅଧକ୍ଷା ତପସ୍ଵିନୀ ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା 15 ଜଣ ପ୍ରତିଯୋଗୀମାନଙ୍କ ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ଆସନ୍ତା ମାର୍ଚ୍ଚ 8 ତାରିଖରେ ହେବାକୁଥିବା ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ପୁରସ୍କୃତ କରାଯିବ |

Leave a Reply

Your email address will not be published. Required fields are marked *