ମାର୍ଚ୍ଚ 12 ଓ 13ରେ ଓଡିଶା ପ୍ୟାଣ୍ଟ୍ରି ପକ୍ଷରୁ ଓଡ଼ିଆଣୀ ପିଠା ମହୋତ୍ସବ

ଭୁବନେଶ୍ୱର : ଏକାମ୍ର ହାଟସ୍ଥିତ “ହୋଟେଲ ଓଡିଶା ପ୍ୟାଣ୍ଟ୍ରି” ତରଫରୁ ଓଡ଼ିଶାର ପାରମ୍ପରିକ ପିଠାକୁ ପ୍ରଚାରିତ ଓ ଜନପ୍ରିୟ କରିବା ଉଦ୍ଦେଶ୍ୟରେ ଆସନ୍ତା ମାର୍ଚ୍ଚ 12 ଓ 13 ଶନିବାର ଓ ରବିବାର ଦୁଇଦିନ ଧରି ଆୟୋଜିତ ହେଉଛି, ଓଡ଼ିଆଣୀ ପିଠା ମହୋତ୍ସବ | ବିଭିନ୍ନ ଜିଲ୍ଲାରେ ହେଉଥିବା ଭିନ୍ନ ଭିନ୍ନ ପିଠାର ଏହି ଉତ୍ସବ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧିରେ ଧିରେ ବିଲୁପ୍ତ ହେବାକୁ ଯାଉଥିବା ଓଡ଼ିଆଙ୍କର ସମୃଦ୍ଧ ଖାଦ୍ୟ ପରମ୍ପରାକୁ ନୂଆ ପିଢ଼ି ନିକଟରେ ପହଞ୍ଚାଇବା ତଥା ଜନପ୍ରିୟ କରିବା ବୋଲି ହୋଟେଲ ଓଡିଶା ପ୍ୟାଣ୍ଟ୍ରିର ସତ୍ଵାଧିକାରିଣୀ ଶ୍ରୀମତୀ ଶର୍ମିଲା ଧଳ ଓ ଶ୍ରୀମତୀ ମୁଞ୍ଜରିକା ଦାସ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ l

ଆସନ୍ତା ମାର୍ଚ୍ଚ 12 ଓ 13 ମଧ୍ୟରେ ଏକାମ୍ର ହାଟ ପରିସରରେ ଅନୁଷ୍ଠିତ ହୋଟେଲଠାରେ ଆୟୋଜିତ ହେଉଥିବା ଏହି ଦୁଇଦିନିଆ ପିଠା ମହୋତ୍ସବରେ ପିଠାର ପ୍ରଦର୍ଶନ ସହ ବିକ୍ରୟ ମଧ୍ୟ ହେବ l ଆଗ୍ରହୀ ଓଡ଼ିଆ ଖାଦ୍ୟପ୍ରେମୀମାନେ ଏହି ଉତ୍ସବରେ ଯୋଗ ଦେବା ପାଇଁ ଆୟୋଜକଙ୍କ ତରଫରୁ ଅନୁରୋଧ କରାଯାଇଛି l

Leave a Reply

Your email address will not be published. Required fields are marked *