ପରିବର୍ତ୍ତନ ସିଙ୍ଗଲ୍‌ ଉଇଣ୍ଡୋର କାର୍ଯ୍ୟକାରିତା ଉପରେ ଆଲୋଚନାଚକ୍ର : ଆଗାମୀ ଦିନରେ ସାରା ଓଡିଶାରେ ଏହା କାର୍ଯ୍ୟ କରିବାକୁ ଆଶାବାଦୀ

ଭୁବନେଶ୍ବର: ସେଣ୍ଟର ଫର ଆଡଭୋକେସି ଏଣ୍ଡ ରିସର୍ଚ୍ଚ ଏବଂ ଡି.ଏଫ୍‌.ଏ.ଟି ର ମିଳିତ ସହଭାଗିତାରେ ପରିବର୍ତ୍ତନ ସିଙ୍ଗଲ୍‌ ଉଇଣ୍ଡୋର କାର୍ଯ୍ୟକାରିତା ଉପରେ ହୋଟେଲ୍‌ ଦି ପ୍ରେସିଡେନ୍ସି ଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଅଛି | ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିସନର ଶ୍ରୀଯୁକ୍ତ ଶୁଭ୍ରାଶୁଂ ମିଶ୍ର ମୁଖ୍ୟ ଅତିଥିରୁପେ ଯୋଗ ଦେଇ, ଏଭଳି ଏକ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ , ସରକାରୀ କର୍ମଚାରୀ ଏବଂ ସିଏଫ୍‌ଏଆର ବିଭିନ୍ନ ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇନଥିବା ସହରୀ ଗରିବ, ଭିନ୍ନକ୍ଷମ ଓ କିନ୍ନର ମାନଙ୍କୁ ଯୋଜନାଭୁକ୍ତ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ଆବଶ୍ୟକ ବୋଲି ମତ ପୋଷଣ କରିଥିଲେ | ଏବଂ ଏଥିପାଇଁ ବିଏମ୍‌ସି ତରଫରୁ ସମ୍ପୁର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ | ଅନ୍ୟ ଅତିଥିମାନେ କିନ୍ନର ଓ ଭିନ୍ନକ୍ଷମ ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ଆଲୋକପାତ କରିବା ସହ ଆଗାମୀ ଦିନରେ ସେମାନଙ୍କର ଯେ କୌଣଷି ସମସ୍ୟାର ସମାଧାନ ନିମନ୍ତେ ପରିବର୍ତ୍ତନ ସିଙ୍ଗଲ୍‌ ଉଇଣ୍ଡୋ ମାଧ୍ୟମ ଦରଖାସ୍ତ କଲେ ଏହାର ଯଥାସମ୍ଭବ ସମାଧାନ ନିମନ୍ତେ ଚେଷ୍ଟା କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ | ଏହାସହ ୱାଟର ଏଟିଏମ୍‌ ଉପକାରିତା ଓ ଆବଶ୍ୟକତାକୁ ଆଖିଆଗରେ ରଖି ଭବିଷ୍ୟତର କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ | ଅନ୍ୟମାନଙ୍କ ମଧ୍ୟରେ ସିଏଫ୍‌ଏଆର ର ନିର୍ଦେଶକ ଶ୍ରୀମତି ଅଖିଳା ଶିବଦାସ ଏତେ କମ୍‌ ଦିନରେ “ପରିବର୍ତ୍ତନ” ସିଙ୍ଗଲ୍‌ ଉଇଣ୍ଡୋର ସଫଳତାକୁ ନେଇ ଓଡିଶା ସରକାରଙ୍କ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହାକୁ ସାରା ଓଡିଶାରେ କାର୍ଯ୍ୟକାରୀ କରାଇବା ନିମନ୍ତେ ପ୍ରସ୍ତାବ ରଖିଥିଲେ | କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ମୀରା ପରିଡା ଓ ସାଧନା ମିଶ୍ର ଏହି ପ୍ରୟାସକୁ ପ୍ରଶଂସା କରିବା ସହ କିନ୍ନର ସଂପ୍ରଦାୟ ଓ ଭିନ୍ନକ୍ଷମ ମାନଙ୍କର ଉନ୍ନତି ପାଇଁ ପରିବର୍ତ୍ତନ ସିଙ୍ଗଲ୍‌ ଉଇଣ୍ଡୋ କାମ କରିବ ବୋଲି ପ୍ରକାଶ କରିଥିଲେ |

କାର୍ଯ୍ୟକ୍ରମକୁ ସିଏଫ୍‌ଏଆର ର ରାଜ୍ୟ ସହ ପ୍ରକଳ୍ପ ସଂଯୋଜିକା ମିସ୍‌ ମମତା ସିଂ ପରିଚାଳନା କରିଥିବା ବେଳେ ସୁଶ୍ରୀ ମୀନତି ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>