ନିଷ୍ଠା ଆଉ ଦୃଢ ଇଛାଶକ୍ତି ବଳରେ ଆତ୍ମନିର୍ଭରଶିଳତା ର ଉଦାହରଣ ସାଜିଛନ୍ତି ତେଜସ୍ୱିନୀ ଏବଂ ନମ୍ରଦା

ଭୁବନେଶ୍ୱର : କୁହାଯାଏ ଦୃଢ ଇଚ୍ଛା ଶକ୍ତି ଆଉ କଠିନ ପରିଶ୍ରମ ଆଗରେ ହାର ମାନେ ସବୁକିଛି ବାଧା ବିଘ୍ନ | ଆଉ ଯାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ତେଜସ୍ୱିନୀ ନାୟକ ଏବଂ ନମ୍ରଦା ସିଂ। ଅନେକ ଜଣ କୁହନ୍ତି ଆମ ଦ୍ୱାରା କିଛି ହେବନି ଆଉ ଅନେକ ଜଣ ଭାଗ୍ୟ ଓ ଭଗବାନଙ୍କ ଦୋଷ ଦେଇ ଚୁପ ରହିଯାଆନ୍ତି ହେଲେ ତେଜସ୍ୱିନୀ ଏବଂ ନମ୍ରଦା ନା ଭଗବାନଙ୍କୁ ଦୋଷ ଦେଇଛନ୍ତି ନା ହିଁ ଭାଗ୍ୟକୁ । ସେ ବିଶ୍ୱାସ କରନ୍ତି କଠିନ ପରିଶ୍ରମ ଉପରେ, ହଁ ଆଉ ସେଥିପାଇଁ ତ ଆଜି ସେ ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି।
ଅନେକ ବାଧା ବିଘ୍ନ କୁ ସାମ୍ନା କରିଥିଲେ ସୁଦ୍ଧା କେବେ ହାର ମାନି ନାହାଁନ୍ତି ଦୁହେଁ।

ତେଜସ୍ୱିନୀ ପିଲାଟି ଦିନୁ ହିଁ ଦିବ୍ୟାଙ୍ଗ ହେଲେ ସେ ଦିବ୍ୟାଙ୍ଗ ହୋଇଥିଲେ ସୁଦ୍ଧା ପାଠ ପଢା ପ୍ରତି ତାଙ୍କ ମନରେ ରହିଥିଲା ଅନେକ ଆଗ୍ରହ ଗାଁ ସ୍କୁଲରେ ବହୁତ କଷ୍ଟରେ ସେ ସେ ପଞ୍ଚମ ଯାଏଁ ପାଠ ପଢିଥିଲେ ପରେ ଯିବା ଆସିବାରେ ଅସୁବିଧା ହେବା ଯୋଗୁ ଅଧାରୁ ପାଠ ପଢା ଠାରୁ ସେ ଦୁରେଇ ଯାଇଥିଲେ କିନ୍ତୁ ତାଙ୍କର ପଢିବା ପାଇଁ ରହିଥିଲା ଅନେକ ଆଗ୍ରହ ତେବେ ତାଙ୍କ ଆଗ୍ରହ ଆଉ ମାଙ୍କ ସହଯୋଗ ତାଙ୍କୁ ଆଉ ଥରେ ପାଠ ପଢିବାକୁ ସୁଯୋଗ ଦେଇଥିଲା ଆଉ ସେ ସୁଯୋଗକୁ ସଦୁପଯୋଗ କରିଥିଲେ। ତେଜସ୍ୱିନୀ ଘରେ ରହି ନିଜର ସବୁ ସମୟ ପାଠ ପଢ଼ାରେ ଦେଉଥିଲେ ଆଉ ପରେ ସେ ଦଶମ ପାସ କରି ଆଇଟିଆଇ କରିବା ପାଇଁ ମନୋବଳାଇ ଥିଲେ।
ଘରର ଚାରି କାନ୍ଥ ମଧ୍ୟରେ ସମୟ କାଟୁଥିବା ତେଜସ୍ୱିନୀ ବାହାର ଦୁନିଆ ବିଷୟରେ କିଛି ବି ଜାଣି ପାରୁନଥିଲେ କେବଳ ନିଜ ଭବିଷ୍ୟତ ନିଜ ପାଠ ପଢାକୁ ସେ ଗୁରୁତ୍ୱ ଦେଉଥିଲେ ଆଉ ବୟସ ବଢ଼ିବା ସହ ନିଜ ସ୍ୱପ୍ନ ଓ ନିଜେ ଆତ୍ମନିର୍ଭରଶୀଳ ହେବାର ଲକ୍ଷ ନେଇ ସେ ଅପହଞ୍ଚ ଇଲାକା କୋରାପୁଟ ରୁ ଯାତ୍ରା ଆରମ୍ଭ କରିଥିଲେ ରାଜଧାନୀ ଭୁବନେଶ୍ବର।ତାଙ୍କ ଆଖିରେ ଥିଲା ଅସୁମାରୀ ସ୍ୱପ୍ନ ମୁଁ କାହାକୁ ନିର୍ଭର କରିବି ନାହିଁ ମୁଁ ନିଜ ଗୋଡ଼ରେ ଛିଡା ହେବି ବାସ ଏଇ ନିଷ୍ପତ୍ତି ତାଙ୍କୁ ଆଜି ଆତ୍ମନିର୍ଭରଶୀଳ କରି ପାରିଛି କେବଳ ସେ ନିଜ ପାଇଁ ନୁହନ୍ତି ବଂର ତାଙ୍କ ଭଳି ଅନ୍ୟ ଦିବ୍ୟାଙ୍ଗଙ୍କ ପାଇଁ ସେ ସାଜିଛନ୍ତି ଉଦାହରଣ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ପରିଚିତ କୋରାପୁଟର ପାହାଡ଼ ଝରଣାକୁ ଅତିକ୍ରମ କରି ନିଜ ସ୍ୱପ୍ନକୁ ସାକାର କାରିବାକୁ ଭୁବନେଶ୍ୱର ଆସି NCSCDA ରେ ତେଜସ୍ୱିନୀ ଟ୍ରେନିଙ୍ଗ ନେବା ଆରମ୍ଭ କରିଥିଲେ ଆଉ ସେହିଠାରେ ତାଙ୍କର ଭେଟ ହୁଏ ବାନ୍ଧବୀ କନ୍ଧମାଳର ଝିଅ ନମ୍ରଦା ସିଂ ଙ୍କ ସହିତ ଭବିଷ୍ୟତ କୁ ନେଇ ଦୁହେଁ ଖୁବ ଆଲୋଚନା କରନ୍ତି ଶେଷରେ ଦୁହେଁ ଚାକିରୀ କରିବା ପାଇଁ ନିଷ୍ପତ୍ତି ନିଅନ୍ତି ହେଲେ ଦୁହେଁ ଦିବ୍ୟାଙ୍ଗ ଥିବାରୁ ଅଟୋ ଭଡା ଦେଇ ଯିବା ଏତେ କମ ଦରମାରେ କାମ କରିବା ତାଙ୍କ ପକ୍ଷେ ସମ୍ଭବ ହୁଏନି।
ପରେ ସେମାନେ ହାର ମାନି ନଯାଇ ଆଗକୁ ବଢିବାକୁ ପାଦ ବଢାନ୍ତି ଏହି ସମୟରେ ଦୁହିଁଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତି NCSDA ର ନିର୍ଦେଶକ ଆର.କେ ଶର୍ମା।ଆଉ ତା ପରେ ଦୁହେଁ ବ୍ୟବସାୟ କରିବାର ଲକ୍ଷ୍ୟ ନେଇ ସିଲେଇ କରିବା ଆରମ୍ଭ କରିଥିଲେ। ତେଜସ୍ୱିନୀ କୁହନ୍ତି ଯେତେବେଳେ ସେ ସବୁ ଆଡୁ ନିରାଶ ହୋଇଥିଲେ ଆଉ ଘର ଲୋକେ ଦୁହିଁଙ୍କୁ ଘରକୁ ଫେରିବାକୁ ଯେଉଁ ସମୟରେ କହୁଥିଲେ ସେ ଭାବିଥିଲେ ଯଦି ଆମେ ଏଠୁ ହାରି ଜାଇ ଘରକୁ ଚାଲିଯାଉ ତେବେ ସେହି ଘରର ଚାରି କାନ୍ଥ ମଧ୍ୟରେ ସମୟ କାଟିବାକୁ ପଡିବ ଆଉ ଦେଖିଥିବା ସ୍ୱପ୍ନ ସେହି ଘରର ଚାରି କାନ୍ଥ ମଧ୍ୟରେ ସ୍ୱପ୍ନ ହୋଇ ରହିଯିବ। ତେବେ ନିଜ ବାସ୍ତବତାର ରୂପ ଦେବାକୁ 10 ହଜାର ଟଙ୍କାରେ ଆରମ୍ଭ କରିଥିଲେ ବ୍ୟବସାୟ ତେବେ ବ୍ୟବସାୟ ତ ଆରମ୍ଭ କରିଦେଲେ ହେଲେ ଯେଉଁ ସବୁ ସିଲେଇ କରିଥିଲେ ତାହା କିପରି ବିକ୍ରି ହେବ ସେ ନେଇ ଦୁହେଁ ଚିନ୍ତାରେ ରହିଲେ ତେବେ ଏହି ସମୟରେ ଆର.କେ ଶର୍ମା Ormass ର ମାର୍କେଟିଙ୍ଗ ଡ଼ାଇରେକ୍ଟରଙ୍କ ସହ କଥା ହୋଇ କିପରି ଜିନିଷ ବିକ୍ରି ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ ଏବଂ Ormaas ର ଡ଼ାଇରେକ୍ଟର ସେମାନଙ୍କ ଯିବା ଆସିବା କିପରି ରହିବେ ଓ ଜିନିଷ କିପରି ବ୍ୟବସାୟ କରିବେ ତାର ଦାୟିତ୍ୱ ନେଇଥିଲେ ଏବଂ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ସହଯୋଗ କରୁଛନ୍ତି। କେବଳ ଦୁହେଁ ସିଲେଇ କରନ୍ତି ତାହା ନୁହେଁ କନ୍ଧମାଳର ହଳଦୀ ମସଲା ମଧ୍ୟ ତିଆରି କରି ବିକ୍ରି କରନ୍ତି ଓ ତାହା ସହିତ ବର୍ତ୍ତମାନ ଫିନାଇଲ hand wash ଉତ୍ପାଦନ କରୁଛନ୍ତି।
ତେବେ ଏହି ପ୍ରୟାସ ଦୁହେଁ ପାଞ୍ଚବର୍ଷ ହେଲାଣି ଆରମ୍ଭ କରିଥିବା ବେଳେ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ କିଛି ଦିବ୍ୟାଙ୍ଗ ଭଉଣୀ ମାନଙ୍କୁ ରୋଜଗାର କ୍ଷମ କରାଇପାରିଥିଲେ ହେଲେ ଅଦୃଶ୍ୟ ମହାମାରୀ କିଲର କରୋନାର ତାଣ୍ଡବରେ ବ୍ୟବସାୟ ପ୍ରଭାବିତ ହୋଇଥିବା ବେଳେ ବର୍ତ୍ତମାନ ଧୀରେ ଧୀରେ ତାଙ୍କ ବ୍ୟବସାୟ ସ୍ୱାଭାବିକ ପରିସ୍ଥିତିକୁ ଫେରୁଛି।
ତେବେ ତାଙ୍କର ଏକ ବଡ଼ ଦୁଃଖ ଓ ମନରେ କ୍ଷୋଭ ରହିଛି କି ସେମାନେ ପରିଶ୍ରମ କରୁଛନ୍ତି ଜିନିଷ ଉତ୍ପାଦ ମଧ୍ୟ କରୁଛନ୍ତି ସେ ଚାହୁଁନାହାନ୍ତି ସରକାର ତାଙ୍କୁ କୌଣସି ବଡ଼ ସାହାଯ୍ୟ କରନ୍ତୁ ତାଙ୍କର କେବଳ ଗୋଟିଏ କଥା ଗୋଟିଏ ଅନୁରୋଧ କି ସେ ଯେଉଁ ଜିନିଷ ତିଆରି କରୁଛନ୍ତି ସରକାର ସେହି ଜିନିଷକୁ ପରଚେସ କରି ତାଙ୍କୁ ସାହାଯ୍ୟ କରନ୍ତୁ ଯାହା ଫଳରେ କେବଳ ସେ ନୁହନ୍ତି ତାଙ୍କ ଭଳି ଅନେକ ପିଲା ଆଗକୁ ଯାଇ ଆତ୍ମନିର୍ଭରଶୀଳ ହୋଇ ପାରିବେ ।
ହେଲେ ସେମାନଙ୍କୁ ଯେଉଁ ଅଣଦେଖା କରାଯାଉଛି ତାହା ତାଙ୍କୁ ଖୁବ ଆଘାତ ଦେଉଛି। ଏପରିକି ତେଜସ୍ୱିନୀ କୁହନ୍ତି ଅନ୍ୟ ପ୍ରଡକ୍ଟ ସହିତ ତାଙ୍କ ପ୍ରଡକ୍ଟ କମ୍ପପେୟାର କରାଯାଉ ହେଲେ ତାହା କରାଯାଉ ନାହିଁ ଜିନିଷ ନଦେଖିବା ପୂର୍ବରୁ ତାଙ୍କ ପ୍ରଡକ୍ଟ କୁ ଯେଉଁ ଭଳି ଅଣଦେଖା କରୁଛନ୍ତି ତାହା ତାଙ୍କୁ ଗଭୀର ଦୁଃଖ ଦେଉଛି।
ତେବେ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ ଅନେକ ଯୋଜନା କରୁଥିବା କହୁଥିବା ବେଳେ ଯଦି ସରକାର ତେଜସ୍ୱିନୀଙ୍କୁ ତାଙ୍କ ପ୍ରଡକ୍ଟ ପରଚେସ କରିବାକୁ ସାହାଯ୍ୟ କରନ୍ତେ ତେବେ କେବଳ ତେଜସ୍ୱିନୀ ନୁହନ୍ତି ବଂର ତେଜସ୍ୱିନୀ ଙ୍କ ଭଳି ଅନେକ ଦିବ୍ୟାଙ୍ଗ ଆଗକୁ ଆସିବାକୁ ମନବଳ ଦୃଢ କରନ୍ତେ ଓ କାହା ଦୟାରେ ନୁହେଁ କି କାହା ଉପରେ ନିର୍ଭର କରି ନୁହେଁ ବଂର ନିଜେ ଆତ୍ମନିର୍ଭରଶୀଳ ହୋଇ ଜୀବନ ଜୀଇଁ ପାରନ୍ତେ।ସରକାର ତାଙ୍କ ପ୍ରତି ଶୁଭ ଦୃଷ୍ଟି ପକାଇ ତାଙ୍କ ସମସ୍ୟାକୁ ସମାଧାନ କାରିବାକୁ ସେମାନେ ନିବେଦନ କରିଛନ୍ତି।

ତେଜସ୍ୱିନୀ କୁହନ୍ତି ଏତେ ସବୁ ସମ୍ଭବ ହୋଇ ପାରଛି ପରିବାରର ସମର୍ଥନ ସାଙ୍ଗ ମାନଙ୍କ ଭଲ ପାଇବା ଉତ୍ସାହ ଓ ସବୁଠୁ ଗୁରୁତ୍ୱପୂର୍ଣ୍ଣ ନିଜର ଦୃଢ ଇଚ୍ଛା ଶକ୍ତି। ଏବେ ତେଜସ୍ୱିନୀ ଙ୍କୁ ନେଇ ପରିବାର ଲୋକେ ଖୁସୀ ହେବା ସହିତ ଗର୍ବ ଅନୁଭବ କରନ୍ତି କାରଣ ଯେଉଁ ପରିବାର ଦିନେ ଝିଅକୁ ଏକା ଛାଡିବାକୁ ଡରୁଥିଲେ କି ରାଜଧାନୀରେ କିପରି ସେ ଚଳିପାରିବେ ତାହା ତେଜସ୍ୱିନୀ ଭୁଲ ପ୍ରମାଣିତ କରିପାରିଛନ୍ତି ତାଙ୍କ ଦ୍ୱାରା ସବୁକିଛି ସମ୍ଭବ ତାହା ସେ ପ୍ରମାଣ କରିପାରିଛନ୍ତି।ଆଉ କେବଳ ଏତିକି ନୁହେଁ ସେ ଆଉ ଗ୍ଲୋବାଲ ମଡେଲ ପ୍ରତିଯୋଗିତାରେ ଭାଗ ନେଇ ମିସ ଆମ୍ବାସେଡର ଟାଇଟଲ ମଧ୍ୟ ହାସଲ କରିପାରିଛନ୍ତି। ତେବେ ସେ କୁହନ୍ତି ଯେବେ ସେ ଘରେ ଥିଲେ ତାଙ୍କ ପକ୍ଷେ ଚଲା ବୁଲା କରିବା ମଧ୍ୟ ସମ୍ଭବ ନଥିଲା କିନ୍ତୁ ଏବେ ସେ ନିଜେ ଏତେ ସାରା କାର୍ଯ୍ୟ କରିପାରୁଛନ୍ତି ତେଣୁ ସବୁକିଛି ନିଜ ଉପରେ ନିର୍ଭର କରେ ଆଉ ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ବାଧା ବିଘ୍ନ।

ସାକ୍ଷାତକାର : ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ

Leave a Reply

Your email address will not be published. Required fields are marked *