ଜର୍ମାନୀ ୨୬ତମ ସ୍କିଲିଙ୍ଗେଲ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ଭାବେ ମନୋନୀତ ହୋଇଛନ୍ତି ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର

ଜର୍ମାନୀ ୨୬ତମ ସ୍କିଲିଙ୍ଗେଲ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍‌ର ଜୁରି ଭାବେ ମନୋନୀତ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ପ୍ରଯୋଜକ, ପୃଷ୍ଠପୋଷକ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ର। ୟୁରୋପର ସମ୍ମାନଜନକ ଏହି ଫିଲ୍ମ ଫେଷ୍ଟିଭାଲ ଚଳିତ ମାସ ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଆସନ୍ତା ୧୬ ତାରିଖରେ ଏହି ଉଦ୍‌ଯାପିତ ହେବ। ଜର୍ମାନୀର କେମିଣ୍ଟିଜ୍ ସହରରେ ଆୟୋଜିତ ଏହି ଫେଷ୍ଟିଭାଲ୍‌କୁ ତୃତୀୟ ଥର ପାଇଁ ଜୁରି ଭାବେ ମନୋନୀତ ହୋଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ଜିତେନ୍ଦ୍ର। ଶିଶୁ ଓ ଯୁବ ପ୍ରତିଭାଙ୍କ ପାଇଁ ଏହି ସ୍କିଲିଙ୍ଗେଲ୍‌ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଉତ୍ସବ ଏବଂ ସେମାନଙ୍କ ପାଇଁ ସୁଯୋଗ ମଧ୍ୟ। ପ୍ରତିବର୍ଷ ଅକ୍ଟୋବର ମାସରେ ଏହି ଉତ୍ସବ ଅନୁଷ୍ଠିତ ହୋଇଥାଏ। ସପ୍ତାହବ୍ୟାପୀ ଅନୁଷ୍ଠିତ ଏହି ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରାୟ ୨୫ ହଜାର ଦର୍ଶକ, ଏବଂ ସିନେ ଜଗତ ସହ ଜଡ଼ିତ ୬୦୦ ବିଶେଷଜ୍ଞ ଯୋଗ ଦେଇଥାନ୍ତି। ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରେ ଜନ୍ମିତ ଜିତେନ୍ଦ୍ର ସର୍ବଦା ଦେଶବିଦେଶରେ ଓଡ଼ିଆ ହିସାବରେ ଏହିଭଳି ବିଭିନ୍ନ ପଦ ପଦବୀକୁ ମନୋନୀତ ହୋଇ ଓଡ଼ିଆ ତଥା ଭାରତୀୟ ସିନେମାର ମର୍ଯ୍ୟାଦା ବୃଦ୍ଧି କରିଥାନ୍ତି।

Leave a Reply

Your email address will not be published. Required fields are marked *