ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାରାହାଙ୍ଗ ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଜଗନ୍ନାଥଙ୍କ କଳାରାହାଙ୍ଗ ସ୍ଥିତ ବାସଭବନ ସମେତ ୯ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

ଏହି ଚଢ଼ାଉରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍‌ସପେକ୍ଟର ସାମିଲ ହୋଇଛନ୍ତି। ଜଗନ୍ନାଥଙ୍କ ଭୁବନେଶ୍ୱର ସ୍ଥିତ ରଘୁନାଥପୁରର ରୟାଲ ଲାଗୁନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ରଘୁନାଥପୁରରେ ତିନି ମହଲା ବିଶିଷ୍ଟ ୨ଟି ଘର ଓ ଗୋଟିଏ ୨ ମହଲା ବିଶିଷ୍ଟ କୋଠାଘର, ରଘୁନାଥପୁର ପୋଖରୀ ନିକଟରେ ଗୋଟିଏ ୧ ମହଲା ଘର, ରଘୁନାଥପୁର ଗ୍ରୀନ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଭିଜିଲାନ୍ସ ଟିମ୍ ଚଢ଼ଉ ଜାରି ରଖିଛି। ସେହିପରି କଳାରାହାଙ୍ଗ ସ୍ଥିତ ପଶୁ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲଆର୍କେଡର ୪୦୧ ନମ୍ବର ଫ୍ଲାଟ ଓ କଟକ ଜିଲ୍ଲା ବାଙ୍କୀର ଚାରିଘରିଆରେ ଥିବା ଗୋଟିଏ ଆଉଟ୍ ହାଉସରେ ଚଢ଼ଉ ଚାଲିଛି। ତେବେ ବର୍ତ୍ତମାନ ଯାଏ ତାଙ୍କର କେତେ ସଂପତ୍ତି ରହିଛି, ତାହାର ଆକଳନ କରାଯାଇନାହିଁ |

Leave a Reply

Your email address will not be published. Required fields are marked *