ଛାତ୍ରୀଙ୍କୁ ଅସଦାରଣ ଅଭିଯୋଗରେ ପ୍ରଧାନ ଶିକ୍ଷକ ଥାନାରେ ଅଟକ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁରରେ ଥିବା ଏକ ଆବାସିକ ବିଦ୍ୟାଳୟର ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଶଶିଧର ନାଏକ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ପୁଲିସ୍ ତାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଭିଯୋଗ ଅନୁଯାୟୀ, ପ୍ରଧାନଶିକ୍ଷକ ଛାତ୍ରୀମାନେ ରହୁଥିବା ହଷ୍ଟେଲକୁ ମନଇଚ୍ଛା ଯା’ନ୍ତି ଓ ଅସଦାଚରଣ କରନ୍ତି। ଅନେକ ସମୟରେ ସେ ଛାତ୍ରୀମାନଙ୍କୁ ସ୍ପର୍ଶ କରିବା ସହ କୁଣ୍ଡେଇ ପକାନ୍ତି। କେବଳ ଏତିକି ନୁହେଁ, ବାହାରେ ଏ କଥା କହିଲେ ବା କାହା ଆଗରେ ଅଭିଯୋଗ କଲେ ସ୍କୁଲ୍‌ରୁ ବହିଷ୍କାର କରି ଦେବେ ବୋଲି ଧମକ ଦିଅନ୍ତି।

ପ୍ରଧାନଶିକ୍ଷକଙ୍କ ଏଭଳି ବ୍ୟବହାରରେ ଅତିଷ୍ଠ ହୋଇ ୬ ଜଣ ଛାତ୍ରୀ ସ୍କୁଲ୍ ଛାଡ଼ି ଘରକୁ ପଳାଇଥିଲେ। ସେମାନେ ଘଟଣା ସଂପର୍କରେ ସେମାନଙ୍କ ପରିବାର ଲୋକଙ୍କୁ କହିଥିଲେ ଓ ପରେ ଏ ସଂପର୍କରେ ସେମାନଙ୍କ ଗାଁର ଲୋକ ବି ଜାଣିଥିଲେ। ଛାତ୍ରୀମାନଙ୍କ ଅଭିଯୋଗ ଶୁଣିବା ପରେ ଗାଁ ଲୋକେ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଅଭିଯୋଗ ପାଇବା ପରେ ଥୁଆମୂଳ ରାମପୁର ବିଇଓ, ବିଡିଓ, ଜିଲ୍ଲା ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି। ଏହା ସହିତ ପ୍ରଧାନ ଶିକ୍ଷକ ଶଶିଧର ନାଏକଙ୍କୁ ଥାନାରେ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *