ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିଂହୀର ମୃତ୍ୟୁ

ପ୍ରାଣୀ ଉଦ୍ୟାନର ୨୯(ବି) ଖୁଆଡ଼ରେ ସିଂହୀଟି ରହୁଥିବା ବେଳେ ଗତକାଲି ସନ୍ଧ୍ୟାରେ ତାକୁ ସାପ କାମୁଡ଼ିଥିଲା। ଏଥିଯୋଗୁ ସିଂହୀଟିର ଅବସ୍ଥା ଧୀରେ ଧୀରେ ଗୁରୁତର ହେବାରୁ ତା’ର ଚିକିତ୍ସା ଆରମ୍ଭ ହୋଇଥିଲା। ହେଲେ ପ୍ରାଣୀ ଉଦ୍ୟାନ ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସିଂହୀଟି ଆଜି ଆଖି ବୁଜିଛି। ଶବ ବ୍ୟବଚ୍ଛେଦ ପରେ ସିଂହୀର ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି । ଆଜି ସିଂହୀର ମୃତ୍ୟୁ ପରେ ନନ୍ଦନକାନନରେ ସେମାନଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି।

Leave a Reply

Your email address will not be published. Required fields are marked *