ରୋଷେଇ କଲା ବେଳେ ନିଆଁରେ ପୋଡିହୋଇ କଲେଜ ଛାତ୍ରୀ ମୃତ

କାମାକ୍ଷାନଗର : ଜୀଅନ୍ତା ଜଳିଗଲେ କଲେଜ ଛାତ୍ରୀ। ଏପରି ହୃଦୟବିଦାରକ ଘଟଣା ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅଞ୍ଚଳରେ ଘଟିଛି। ରୋଷେଇ କରୁଥିବା ବେଳେ ନିଆଁ ଲାଗି ଜଳି ଯାଇଥିବା ଜଣାପଡ଼ିଛି।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବାମ ଗାଁର ଜଗବନ୍ଧୁ ମହାନ୍ତଙ୍କ ଝିଅ ଲିପ୍ତିରେଖା ଗଡ଼ପଳାଶୁଣି କଲେଜରେ ଯୁକ୍ତ ଦୁଇରେ ପଢ଼ୁଥିଲେ। କଲେଜ ଛୁଟିଥିବାରୁ ସେ ଆଜି ମଧ୍ୟାହ୍ନରେ ଚୁଲିରେ ରୋଷେଇ କରୁଥିଲେ। ଅସାବଧାନତା ଯୋଗୁ ତାଙ୍କ ଡ୍ରେସରେ ନିଆଁ ଲାଗି ଯାଇଥିଲା। କ୍ଷଣକ ଭିତରେ ନିଆଁ ସମ୍ପୂର୍ଣ୍ଣ ଶରୀରକୁ ବ୍ୟାପି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ନିଆଁ ଲିଭାଇଥିଲେ। ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *