ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ; ୧୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ ଧରଣର ଭୂମିକମ୍ପ ହୋଇଛି । ଏହି ଭୂମିକମ୍ପରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳୁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ସଠିକ୍‌ ଭାବେ ଆକଳନ କରାଯାଇନଥିବା ବେଳେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ଥିବା ସୂଚନା ଦିଆଯାଇଛି । ବର୍ତ୍ତମାନ ବି ଉଦ୍ଧରକାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ହେଲିକପ୍ଟର ଯୋଗେ ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କରାଯାଉଛି ।

Leave a Reply

Your email address will not be published. Required fields are marked *