ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ପାକିସ୍ତାନରେ ପହଞ୍ଚିବାକୁ ପରଭେଜ୍‌ ମୁଶାରଫ୍‌ଙ୍କୁ ନିର୍ଦ୍ଦେଶ

ଇସଲାମାବାଦ : ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ପରଭେଜ୍‌ ମୁଶାରଫ୍‌ଙ୍କୁ ଗୁରୁବାର ଅପରାହ୍ନ ୨ଟା ସୁଦ୍ଧା ଦେଶରେ ପହଞ୍ଚିବାକୁ ନିର୍ଦ୍ଦେଶ ଜାରି ହୋଇଛି। ପାକିସ୍ତାନ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ମିଆନ୍‌ ସାଦ୍ଦିକ୍‌ ନିସାର ଏନେଇ ନୋଟିସ୍‌ ଜାରି କରିଛନ୍ତି। ଧାର୍ଯ୍ୟ ସମୟ ମଧ୍ୟରେ ନ ଫେରିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ୨୦୦୭ରେ ଦେଶରେ ଆପାତ୍‌କାଳ ଲାଗୁ ନେଇ ମୁଶାରଫଙ୍କ ନାମରେ ରାଷ୍ଟ୍ରଦ୍ରୋହ ଅଭିଯୋଗ ଆସିଥିଲା। ୨୦୧୪ ମାର୍ଚ୍ଚରେ ସେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପରେ ୨୦୧୬ ମାର୍ଚ୍ଚରେ ସ୍ବାସ୍ଥ୍ୟଗତ କାରଣରୁ ସେ ଦୁବାଇ ଯାଇ ପରେ ଆଉ ଦେଶକୁ ଫେରି ନ ଥିଲେ। ଇତିମଧ୍ୟରେ ଶୀର୍ଷ ଅଦାଲତ ତାଙ୍କୁ ସମ୍ପତ୍ତିରୁ ଉଚ୍ଛେଦ କରିଥିବାବେଳେ ତାଙ୍କର ରାଷ୍ଟ୍ରୀୟ ପରିଚୟ ପତ୍ରକୁ ରଦ୍ଦ କରିଛନ୍ତି। ଫଳରେ ସେ ପାକିସ୍ତାନର ନାଗରିକତା ହରାଇ ବସିଛନ୍ତି। ଏହାଦ୍ୱାରା ଦୁବାଇରେ ରହିବା ମୁଶାରଫଙ୍କ ପାଇଁ ବେଆଇନ ହେବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.