ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବାକୁ ବିଏସ୍‌ଏଫ୍‌ ଗଠନ କଲା ‘ସ୍ନିପରସ’ ବାହିନୀ

ନୂଆଦିଲ୍ଲୀ: ପାକିସ୍ତାନୀ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଏକ ‘ସ୍ନିପରସ’ ନାମରେ ଅତ୍ୟନ୍ତ ମାରାତ୍ମକ ବାହିନୀ ଗଠନ କରିଛି। ଏମାନେ ନିୟନ୍ତ୍ରଣ ସୀମା ଅତିକ୍ରମ କରି ଭାରତ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ସହ ବିନା ବାକ୍ୟ ବିନିମୟରେ ଗୁଳିକରି ସିଧାସଳଖ ସେମାନଙ୍କୁ ହତ୍ୟା କରିବେ। ଏଥିସହ ଆତଙ୍କବାଦୀମାନଙ୍କୁ ଭାରତୀୟ ସୀମା ମଧ୍ୟକୁ ପଠାଇବାକୁ ସାହାଯ୍ୟ ସହଯୋଗ କରୁଥିବା ପାକିସ୍ତାନୀ ଜବାନମାନଙ୍କୁ ମଧ୍ୟ ଗୁୁଳିକରି ନିପାତ କରିବାକୁ ଏମାନଙ୍କୁ କ୍ଷମତା ଦିଆଯାଇଛି।

ଖାଲି ଏତିକି ନୁହେଁ, ଶତ୍ରୁ ପକ୍ଷର ସୀମା ମଧ୍ୟରେ ଥାଇ ଯଦି ଆତଙ୍କବାଦୀମାନେ କୌଣସି ପ୍ରକାରର ଯୋଜନା କରୁଥାନ୍ତି ଅବା ଭାରତୀୟ ସୀମା ମଧ୍ୟକୁ ପ୍ରବେଶ କରିବା ପାଇଁ ପ୍ରସ୍ତୁତ ହେଉଥିବା ସଂପର୍କରେ ଏହି ସ୍ନିପରସ୍‌ ବାହିନୀ ଯଦି କୌଣସି ପ୍ରକାରର ଗୁଇନ୍ଦା ସୂଚନା ପାଆନ୍ତି, ତେବେ ସେ କ୍ଷେତ୍ରରେ ମଧ୍ୟ ଏହି ସ୍ନିପରସ୍‌ ବାହିନୀ ଶତ୍ରୁ ପକ୍ଷର ସୀମା ମଧ୍ୟକୁ ପ୍ରବେଶ କରି ଆତଙ୍କବାଦୀମାନଙ୍କ ବିରୋଧରେ ଅପରେସନ୍‌ ଆରମ୍ଭ କରି ସେମାନଙ୍କୁ ନିପାତ କରିବାର କ୍ଷମତା ଏମାନଙ୍କୁ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>