ରାଜଧାନୀରେ ବର୍ଷା ସହ ଝଡ଼ତୋଫାନ

ରାଜ୍ୟରେ ପ୍ରଚଣ୍ଡ ଗୀଷ୍ମପ୍ରଭାହ ଜାରି ରହିଥିଲା। ଭୁବନେଶ୍ୱରରେ ପ୍ରଚଣ୍ଡ ଗରମ ସହିତ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିଲା। ମଙ୍ଗଳବାର ମଧ୍ୟାହ୍ନରୁ ଘୂର୍ଣ୍ଣିଝଡ଼ ଆରମ୍ଭ ହୋଇଯାଇଛି। ୫୦ରୁ ୬୦ କି.ମି. ବେଗରେ ପବନ ବହିବା ସହିତ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଛି। କେତେକ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗିପଡ଼ିଥିବା ମଧ୍ୟ ଦେଖିବାକୁ ମିଳିଛି। ଏହି ଝଡ଼, ବର୍ଷା ରାଜଧାନୀବାସୀଙ୍କୁ ଆସ୍ବସ୍ତି ଦେଇଛି। ଅପରାହ୍ନ ୩.୪୦ରୁ ଝଡ଼ବର୍ଷା ଲାଗି ରହିଛି। ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରଚଣ୍ଡ ଘଡ଼ଘଡ଼ି ଶବ୍ଦରେ ରାଜଧାନୀ ପ୍ରକମ୍ପିତ ହୋଇଛି। ବିଜୁ ପଟ୍ଟନାୟକ ବିମାନ ବନ୍ଦର, ସଚିବାଳୟ, କଳ୍ପନା, ପୁରୁଣା ଭୁବନେଶ୍ୱର, ସିଆର୍‌ପିଏଫ୍‌, ଗଙ୍ଗନଗର, ୟୁନିଟ-୮ ଆଦି ଅଞ୍ଚଳରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଲାଗି ରହିଛି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.