ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ ଘଟିଛି। ଶନିବାର ସକାଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଚାଲିଥିଲା। ତେବେ ଶେଷରେ ତାଙ୍କର ପରଲୋକ ଘଟିଛି। ଆଜି ସକାଳେ ନାରା ସହରରେ ଏକ ସଭାରେ ଭାଷଣ ଦେଉଥିବାବେଳେ ତାଙ୍କ ଉପରକୁ ଗୁଳିଚାଳନା ହୋଇଥିଲା।

ତାଙ୍କର ପିଠିରେ ଗୁଳି ବାଜିଥିଲା ଓ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଜାପାନର ରାଷ୍ଟ୍ରୀୟ ଗଣମାଧ୍ୟମର ଖବର ଅନୁସାରେ ୨ଟି ଗୁଳି ଚଳାଯିବାର ଶବ୍ଦ ଶୁଣିବାକୁ ମିଳିଥିଲା । ଏନ୍‍.ଏଚ୍‍.କେ ଟେଲିଭିଜନ କହିଛି ପୁଲିସ ୟାମାଗାମି ତେତସୁୟା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ସେହି ବ୍ୟକ୍ତି ବିରୋଧରେ ହତ୍ୟା ଉଦ୍ୟମ ଅଭିଯୋଗ ଅଣାଯାଇଛି । ଘଟଣାସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି । ତାହା ଏକ ଦେଶୀ ବନ୍ଧୁକ ବୋଲି ଜଣାପଡିଛି । ୪୧ବର୍ଷ ବୟସ୍କ ସେହି ସନ୍ଦିଗ୍ଧ ବ୍ୟକ୍ତି ଗୁଳିଚାଳନାକରିଥିବା ନାରା ସହରର ବାସିନ୍ଦା ।

Leave a Reply

Your email address will not be published. Required fields are marked *