ହଲିଉଡ୍‌ ଫିଲ୍ମ ‘XYX’ ରେ କଣ୍ଠଦାନ କଲେ ଓଡ଼ିଆ ଗାୟକ କ୍ରିଷ୍ଣା ବେଉରା

ଭୁବନେଶ୍ୱର: ଓଡିଶାରେ ପ୍ରତିଭାର ଅଭାବ ନାହିଁ। କିଛି ଓଡ଼ିଆ କଳାକାର ଅଛନ୍ତି ଯେଉଁମାନେ ଜାତୀୟ ତଥା ଅର୍ନ୍ତଜାତୀୟ ସ୍ଥରରେ ନିଜ ଦକ୍ଷତା ଦେଖାଇ ପ୍ରଶଂସା ସାଉଣ୍ଟୁଛନ୍ତି। ଏଇ ଯେମିତି ଓଡିଆ ଗାୟକ କ୍ରିଷ୍ଣା ବେଉରା। ନିକଟରେ ସେ ହଲିଉଡ୍‌ରେ ପାଦ ଦେଇଛନ୍ତି। ଏକ ହଲିଉଡ୍‌ ଫିଲ୍ମରେ କ୍ରିଷ୍ଣା କଣ୍ଠଦାନ କରିଛନ୍ତି। ଏଥିପାଇଁ ଏବେ ତାଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟୁଛି।ହଲିଉଡ୍‌ର ଏହି ଫିଲ୍ମର ନାଁ ହେଲା ‘XYX’। ଫିଲ୍ମଟି LGBT(Lesbian, gay, bisexual, transgender) ଉପରେ ଆଧାରିତ। ଏହି ଫିଲ୍ମର ଏକ ଗୀତ ‘ଇଜ୍‌ ନଟ୍‌ ଲଭ ଏନଫ୍‌’ରେ ସାନି ରିଗ୍‌ସି ବି ଙ୍କ ସହ ମିଶି କ୍ରିଷ୍ଣା କଣ୍ଠଦାନ କରିଛନ୍ତି।

ଏହି ମ୍ୟୁଜିକ୍‌ ଭିଡିଓଟି ମୁମ୍ବାଇ, ଚିକାଗୋ, ଲସ୍‌ ଆଞ୍ଜେଲ୍‌ ଏବଂ କାଲିଫର୍ନିଆର କିଛି ସ୍ଥାନରେ ସୁଟିଂ କରାଯାଇଛି। ଫିଲ୍ମରେ ତରୁନ୍‌ ଗାହୋଲତ୍, ନେହା ଲାୟର ଏବଂ ପ୍ରୀତି ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହା ପୂର୍ବରୁ କ୍ରିଷ୍ଣା ବଲିଉଡ୍‌ ଫିଲ୍ମ ‘ଚକ୍‌ଦେ ଇଣ୍ଡିଆ’ର ‘ମୌଲା ମେରେ’, ‘ମୁସାଫିର’ ଫିଲ୍ମର ‘ରବ୍ବା’, ‘ରାଜ୍‌-୨’ ଫିଲ୍ମର ‘ସୋନିଓ’ ଗୀତରେ କଣ୍ଠଦାନ କରିସାରିଛନ୍ତି।

ଓଡ଼ିଆ, ହିନ୍ଦୀ ସମେତ ୨୭ଟି ଭାଷାରେ କ୍ରିଷ୍ଣା ଗୀତ ଗାଇଛନ୍ତି।

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.