ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଆସନ୍ତାକାଲି ରାଜ୍ୟର ସମସ୍ତ ଦେବାଳୟରେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା ଓ ଦୀପଦାନ

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ କାମନା କରି ଆସନ୍ତାକାଲି ରାଜ୍ୟର ସମସ୍ତ ଦେବାଳୟରେ ରାଜ୍ୟ ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯିବ । ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ,ସାଂସଦ, ବିଧାୟକ ଓ ସାଂସଦ ପ୍ରାର୍ଥୀ, ପଦାଧିକାରୀ ଓ କର୍ମକର୍ତ୍ତମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଆଜି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶା ମାଟିର ଗର୍ବ, ଗୌରବ, ଓଡ଼ିଆ ଓ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ କରିଛି । ଆଗାମୀ ୧୮ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ହେବ । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଆସନ୍ତାକାଲି ୧୭ ତାରିଖରେ ବିଜେପି ଓଡ଼ିଶାର ସମସ୍ତ ମନ୍ଦିର, ଦେବସ୍ଥାନ, ପୂଜାସ୍ଥଳୀରେ ପୂଜାର୍ଚ୍ଚନା କରି ବିଜୟ କାମନା କରିବ ।

ରାଜ୍ୟ ବିଜେପିର ସମସ୍ତ ବରିଷ୍ଠ ନେତୃବୃନ୍ଦ, ବିଧାୟକ, ସାଂସଦ ଓ କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ ପୂର୍ଜାର୍ଚ୍ଚନା କରି ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ଭଗବାନକୁ ପ୍ରାର୍ଥନା କରିବେ । ପୁରୀ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଲିଙ୍ଗରାଜ ମହାପ୍ରଭୁ, ମା’ ସମଲେଶ୍ୱରୀ, ତାରାତାରେଣୀ, ଭଦ୍ରକାଳୀ ପ୍ରମୁଖ ମନ୍ଦିରରେ ଆସନ୍ତାକାଲି ଦିନ ୧୨ଟା ପୂର୍ବରୁ ପୂଜାର୍ଚ୍ଚନା ସାରିବା ପାଇଁ କର୍ମକର୍ତ୍ତାଙ୍କୁ ସୂଚନା ଦିଆଯାଇଛି । ଶ୍ରୀମତୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାର ଜନସାଧାରଣ ଭଗବାନଙ୍କୁ ପ୍ରାର୍ଥନା କରିବା ପାଇଁ ସେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *