ନବ ନିର୍ମାଣ ଯୁବଛାତ୍ର ସଂଗଠନର ଜୁଲାଇ ୧୯ ଓଡ଼ିଶା ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ

ଭୁବନେଶ୍ୱର : ରାଗିଂରେ ଶିକାର ହୋଇ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଅପରାଧିଙ୍କୁ ଧରିବାରେ ପୋଲିସର ବିଫଳତା ଓ ଆନ୍ଦୋଳନରତ ତାଙ୍କ ମା’ଙ୍କ ଉପରେ ପୁଲିସ୍‌ର ବର୍ବରତା ପ୍ରତିବାଦରେ ଓଡ଼ିଶା ନବ ନିର୍ମାଣ ଯୁବ ଛାତ୍ର ସଂଗଠନ ତରଫରୁ ଆସନ୍ତା ଜୁଲାଇ ୧୯ ତାରିଖ ମଙ୍ଗଳବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି ।
ରାଜ୍ୟ କଂଗ୍ରେସ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *