ଦେଶରେ ବ୍ୟାନ ହେଲା ୭୮ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ସୂଚନା ପ୍ରସାରଣ ବିଭାଗ ୭୮ ୟୁଟ୍ୟୁବ ଚ୍ୟାନେଲ ଏବଂ ସେମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ବ୍ଲକ୍ କରିବାକୁ ଆଦେଶ ଦେଇଛନ୍ତି । ଆଇଟି ଆକ୍ଟ ୨୦୦୦ ର ଧାରା ୬୯ଏ ଉଲ୍ଲଂଘନ ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଅନୂଯାୟୀ ସରକାର ୨୦୨୧ ଏବଂ ୨୦୨୨ ମଧ୍ୟରେ ଏପର୍ଯ୍ୟନ୍ତ ୫୬୦ ୟୁଟ୍ୟୁବ୍ ୟୁଆରଏଲ ବ୍ଲକ୍ କରିସାରିଛନ୍ତି ।

ମନ୍ତ୍ରାଳୟର କହିବା ଅନୂଯାୟୀ ଏହି ସବୁ ୟୁଟ୍ୟୁବ୍ ଚ୍ୟାନେଲ ଭାରତରେ ଆତଙ୍କର ମାହୋଲ ସୃଷ୍ଟି କରୁଥିଲେ, ସାମ୍ପ୍ରଦାୟିକ ସ୍ଥିତିକୁ ଉସ୍କାଇବା ଏବଂ ସାର୍ବଜନିକ ବ୍ୟବସ୍ଥାକୁ ଖରାପ କରିବା ପାଇଁ ମିଥ୍ୟା, ଅବାସ୍ତବ ସୂଚନା ପ୍ରସାରଣ କରୁଥିଲେ । ବ୍ଲକ୍ ହୋଇଥିବା ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ଗୁଡ଼ିକର ଦର୍ଶକଙ୍କ ସଂଖ୍ୟା ୬୮ କୋଟିରୁ ଅଧିକ ରହିଥିଲେ ।

ଏହା ପୂର୍ବରୁ ୫ ଏପ୍ରିଲ ଏବଂ ୧୬ ଏପ୍ରିଲରେ ଯଥାକ୍ରମେ ୧୬ ଏବଂ ୨୨ ଟି ୟୁଟ୍ୟୁବ୍ ଚ୍ୟାନେଲ ବ୍ଲକ୍ କରିଥିଲା ମନ୍ତ୍ରାଳୟ ।

Leave a Reply

Your email address will not be published. Required fields are marked *