ମହମ୍ମଦ ସାମିଙ୍କ ପତ୍ନୀ ହସିନ୍‌ ଜାହାଁ ସାଇନ୍‌ କଲେ ବଲିଉଡ ଫିଲ୍ମ ‘ଫତଓ୍ଵା’ : ସାମ୍ବାଦିକା ଭୁମିକାରେ ନଜର ଆସିବେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସହ ବିବାଦ ପରେ ପତ୍ନୀ ହସିନ ଜାହାଁ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି। ହସିନ ପୂର୍ବରୁ ମଡେଲିଂ ଓ ଆଇପିଏଲ୍‌ରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଚିୟର ଗାର୍ଲ ରହିସାରିଛନ୍ତି । ଏବେ ସେ ଅଭିନୟ କ୍ଷେତ୍ରରେ ନିଜର ଭାଗ୍ୟ ପରୀକ୍ଷା କରିବେ ବୋଲି ଜଣାପଡ଼ିଛି । ମହମ୍ମଦ ସାମିଙ୍କ ପତ୍ନୀ ହସିନ ନିର୍ଦ୍ଦେଶକ ଅଜମଦ ଖାନ୍‌ଙ୍କ ଆଗାମୀ ଚଳଚିତ୍ର ‘ଫତଓ୍ଵା’ ପାଇଁ ସାଇନ୍‌ କରିଛନ୍ତି । ଏହି ଚଳଚିତ୍ରରେ ସେ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ । ଏହି ଚଳଚିତ୍ରର ସୁଟିଂ ଚଳିତ ମାସ ଅକ୍ଟୋବରରୁ ଆରମ୍ଭ ହେବ ।

ଜାତୀୟ ଗଣମାଧ୍ୟମକୁ ହସିନ ଜାହାଁ କହିଛନ୍ତି, ମତେ ମୋ ପିଲାଙ୍କ ପାଇଁ କିଛି କରିବାକୁ ପଡ଼ିବ । ନ୍ୟାୟ ପାଇଁ ଆଇନର ଲଢାଇ ଲଢିବାକୁ ପଡିବ। ଏଥି ପାଇଁ ମଧ୍ୟ ପଇସା ଦରକାର । ମୋ ପାଖରେ ଅନ୍ୟ କୌଣସିି ଉପାୟ ନ ଥିଲା । ଯେତେବେଳେ ଏହି ଚଳଚିତ୍ର ପାଇଁ ନିର୍ଦ୍ଦେଶକ ମତେ ପ୍ରସ୍ତାବ ଦେଲେ ମୁଁ ଏଥିରେ ରାଜି ହୋଇଯାଇଥିଲି । ଅନ୍ୟ ପଟେ ନିର୍ଦ୍ଦେଶକ ଅଜମଦ ଖାନ୍‌ କହିଛନ୍ତି ବିବାଦ କାରଣରୁ ତାଙ୍କୁ ସିନେମାରେ ନିଆ ଯାଇନାହିଁ । ସିନେମାର କାହାଣୀ ଅନୁସାରେ ତାଙ୍କୁ ଚୟନ କରାଯାଇଛି । ସେ ଆଉ ମଧ୍ୟ କହିଛିନ୍ତି ‘ଏହି ଚଳଚିତ୍ର ଦଙ୍ଗା ଉପରେ ଆଧାରିତ, ଯାହାର ଆରମ୍ଭ ପଶ୍ଚିମ ବଙ୍ଗରୁ ଆରମ୍ଭ ହୋଇ ଧୀରେ ଧୀରେ ସାରା ଭାରତକୁ ବ୍ୟାପିଥିଲା । ଏହି ଚଳଚିତ୍ରରେ ଦୁଇଟି ମୁଖ୍ୟ ଭୂମିକା ଅଛି ଗୋଟିଏ ହିନ୍ଦୁ ଓ ଅନ୍ୟଟିି ମୁସଲିମ୍‌ ଅଟେ । ହସିନା ଜାହାଁ ଏଥିରେ ଜଣେ ସାମ୍ବାଦିକ ଭାବେ ନଜର ଆସିବେ।’

Leave a Reply

Your email address will not be published. Required fields are marked *

You may use these HTML tags and attributes: <a href="" title=""> <abbr title=""> <acronym title=""> <b> <blockquote cite=""> <cite> <code> <del datetime=""> <em> <i> <q cite=""> <s> <strike> <strong>

Please wait...

Subscribe for News Updates

Want to be notified when our article is published? Enter your email address and name below to be the first to know.