ମୋ ଭାଇ

ଭାରତଭୂମିରେ ଜନ୍ମ, ଈଶ୍ୱରଙ୍କ ଏକ ଅମୁଲ୍ୟ ଦାନ
ବିଶ୍ୱରେ ତା ସ୍ଥାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ

କେବେ ସେ ରାମଙ୍କ ପ୍ରିୟ ଲକ୍ଷ୍ମଣ
କେବେ ପୁଣି ପଣ୍ଡୁଙ୍କ ପାଞ୍ଚପୁତ୍ର ପାଣ୍ଡଵ
ଇତିହାସର ସମସ୍ତ ପୃଷ୍ଠଭୂମିରେ
ତା ସ୍ଥାନକୁ ଦିଆଯାଏ ଅଧିକ ପ୍ରାଧାନ୍ୟ |

ଜୀବନର ସମସ୍ତ ଦୁଃଖ ସୁଖରେ, ସେ ଥିଲେ ପାଖରେ
ଜିତିଯାଏ ସବୁ ବାଜି ମୁଁ ଖୁସିରେ |

ମୁଁ ହେଲେ ଦେହ, ସେ ମୋ ଛାଇ
ସେ ଆଉ କେହି ନୁହେଁ, ମୋ ପ୍ରିୟର ଭାଇ |

ରାକ୍ଷୀପୂର୍ଣ୍ଣିମା ଦିନରେ ତୋ ଠାରୁ ଦୂରେ ରହି
ମନ ତୋତେ ଝୁରେ କେତେ ସେକଥା କେହି ବୁଝି ପାରିବେ ନାହିଁ
ମାନେ ପଡେ ଆଜି ମୋ ପିଲା ଦିନ
ରାକ୍ଷୀପୂର୍ଣ୍ଣିମା ରେ ଦିଏ ତୋ ହାତେ ମୁଁ ରାକ୍ଷୀ ପିନ୍ଧେଇ |

ରାକ୍ଷୀ ନୁହେଁ ଖାଲି ଏକ ସୁତାର ମାଳି
ଭାଇ ପ୍ରତି ଥିବା ଭଉଣୀର
ସ୍ନେହ, ଶ୍ରଦ୍ଧା ଓ ଭଲପାଇବାର ପବିତ୍ର ଡୋରି |

ଯାହାକୁ ଛିଡ଼େଇଲେ ନା ସେ କେବେ ଛିଡି଼ବ
ନା ଆମ ଭାଇ ଭଉଣୀଙ୍କ ଅତୁଟ ସମ୍ପର୍କ କେବେ ତୁଟିବ |

ଦୁନିଆରେ ସବୁଠାରୁ ଭାଗ୍ୟବାନ ସେ ଭଉଣୀ
ଯାହା ପାଖେ ସଦା ଛାଇ ହୋଇ ଥିବ ତୋ ପରି ଭାଇ |

କବି : ସ୍ୱାତୀ ତ୍ରିପାଠୀ

Leave a Reply

Your email address will not be published. Required fields are marked *