‘ହର ଘର ତ୍ରିରଙ୍ଗା’ ଅଭିଯାନ, ମିଶନ ଶକ୍ତି ପ୍ରସ୍ତୁତ କଲା ୩୦ ଲକ୍ଷ ତ୍ରିରଙ୍ଗା

ଭୁବନେଶ୍ୱର: ସ୍ୱାଧୀନତାର ୭୫ ବର୍ଷ ଅବସରରେ ସାରା ଦେଶରେ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚାଲିଛି । ୧୩ ରୁ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ସମସ୍ତ ଘର ଓ ଶିକ୍ଷାନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ କରାଯାଉଛି । ଖାସ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୩୦ ଲକ୍ଷ ଜାତୀୟ ପତାକା ତିଆରି କରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । ସିଲାଇ କାର୍ଯ୍ୟରେ ସମ୍ପୃକ୍ତ ମିଶନ ଶକ୍ତି ସ୍ୱୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀର ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ହାତ ତିଆରି ଜାତୀୟ ପତାକା ପ୍ରଦାନ କରିଛନ୍ତି । ତେବେ ରାଜ୍ୟରେ ୨୨ଟି ଜିଲ୍ଲାର ୫୦୦ ସ୍ବୟଂ ସହାୟକ ଗୋଷ୍ଠୀ ଓଉତ୍ପାଦକ ଗୋଷ୍ଠୀର ୧୦ ହଜାରରୁ ଉର୍ଦ୍ଧ୍ବ ମହିଳା ପତାକା ସିଲାଇ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଦୈନିକ ପାଖାପାଖି ୩ ଲକ୍ଷ ରୁ ୪ ଲକ୍ଷ ପର୍ଯ୍ୟନ୍ତ ତ୍ରିରଙ୍ଗା ତିଆରି ପାଇଁ ଲକ୍ଷ୍ୟ ରଖାଯାଇଥିଲା । ପତାକା ତିଆରି ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥିଲେ । ପ୍ରସ୍ତୁତ କରାଯାଇଥିବା ତ୍ରିରଙ୍ଗା ଜନସାଧାରଣଙ୍କୁ ବିନା ଦେୟରେ ବଣ୍ଟନ କରାଯାଉଛି । ସ୍ୱାଧୀନତା ଦିବସ ଅବସରରେ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଅନୁଷ୍ଠାନ, ସଂସ୍ଥା ଆଦିରେ ଜାତୀୟ ପତାକା ଉଡ଼ିବ ।

Leave a Reply

Your email address will not be published. Required fields are marked *