ଆଜିଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ ଫୁଟବଲ। ବିଶ୍ବକପ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ୧୭ ବର୍ଷରୁ କମ ମହିଳା ଫିଫା ବିଶ୍ବକପ ଫୁଟବଲ । ବିଶ୍ବକପ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଏଥିସହିତ ୫ଟି ସଚିବ ଭିକେ ପାଣ୍ଡିଆନ, ୩ କେନ୍ଦ୍ରମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବିଶ୍ବକପ୍ ପ୍ରତିଯୋଗିତାରେ ବିଶ୍ବର ବ ୧୬ଟି ଟିମ୍ ଭାଗ ନେଇଛନ୍ତି। ସୂଚନା ଅନୁଯାୟୀ, ଅକ୍ଟୋବର ୧୧, ୧୪ ଓ ୧୭ ତାରିଖ ମୋଟ୍ ୬ଟି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍ ଅପରାହ୍ନ ୪.୩୦ରେ ମରୋକ୍କୋ-ବ୍ରାଜିଲ୍ ମୁକାବିଲା ହେବ।

ଭାରତର ମହିଳା ଟିମ୍ ପ୍ରଥମ ଥର ପାଇଁ ଏହି ବଡ ଚାମ୍ପିୟାନସିପ୍ ରେ ଭାଗ ନେଉଛି। ଆମେରିକାର ମହିଳା ଫୁଟବଲ ଟିମ୍ ରାକିଙ୍ଗରେ ୧ ନମ୍ବର ସ୍ଥାନରେ ଥିବାବେଳେ ଭାରତୀୟ ମହିଳା ଦଳ ବିଶ୍ବ ରାଙ୍କିଙ୍ଗରେ ୫୮ସ୍ଥାନରେ ରହିଛି । ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ଗୋଆର ପଣ୍ଡିତ ଜବାହରଲାଲ୍ ନେହରୁ ଷ୍ଟାଡିୟମ୍ ରେ ଏହି ପ୍ରତିଯୋଗିତା ଖେଳାଯିବ। ଆସନ୍ତା ୩୦ତାରିଖରେ ନଭି ମୁମ୍ବାଇରେ ଫାଇନାଲ ମ୍ୟାଚ ଖେଳାଯିବ ।

Leave a Reply

Your email address will not be published. Required fields are marked *