ଯାଜପୁର ଧର୍ମଶାଳା ଥାନା ନେଉଳପୁର ଛକରେ ଭୟଙ୍କର ଦୁର୍ଘଟଣା । ଏକ ଘରୋଇ ଆମ୍ବୁଲାନ୍ସ ଧକ୍କାରେ ୩ ବାଇକ୍ ଆରୋହୀ ମୃତ । ମୃତକ ଗୋଟିଏ ପରିବାରର ବାପା, ମାଆ ଓ ଝିଅ । କଟକ ବିଡ଼ାନାଶି ଗୋପାଳ ସାହିରେ ମୃତକଙ୍କ ଘର । ଆମ୍ବୁଲାନ୍ସର ଚକ ଫାଟିଯିବାରୁ ଦୁର୍ଘଟଣା ହୋଇଥିବା ସୂଚନା

Read more

ଜଗତସିଂହପୁର ତିର୍ତ୍ତୋଲରେ ନିର୍ମାଣ ହେବ ଉଚ୍ଚ ସେତୁ । ମହାନଦୀ ଉପରେ ନିର୍ମାଣ ହେବ ଉଚ୍ଚ ସେତୁ । ପୋଷଳ-ଶଙ୍ଖେଶ୍ୱର ରାସ୍ତାର ମହାନଦୀ ଉପରେ ହେବ ସେତୁ । ଟେଣ୍ଟର ପ୍ରକ୍ରିୟାକୁ ଅନୁମୋଦନ ଦେଲେ ସରକାର । ୧୧୮.୫୬ କୋଟିର ଅଟକଳ, ସେତୁର ଦୈର୍ଘ୍ୟ ୮୮୮.୮୯ ମିଟର । ୯ଟି ଗାଁର ପାଖାପାଖି ୫୦ହଜାର ଲୋକ ଉପକୃତ ହେବେ ।

Read more

ରାଜ୍ୟରେ ଆଜି ଆଉ ୧୬ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି । ଖୋର୍ଦ୍ଧାରୁ ୫, ପୁରୀରୁ ୪ ଜଣ କୋରୋନା ରୋଗୀ ମୃତ । କେନ୍ଦ୍ରାପଡ଼ାରୁ ୨ ବଲାଙ୍ଗିର,, ନୟାଗଡ଼ରୁ ଜଣେ ଲେଖାଏଁ ମୃତ । ମୟୂରଭଞ୍ଜ, ସୁବର୍ଣ୍ଣପୁର, ରାୟଗଡ଼ାରୁ ଜଣେ ଲେଖାଏଁ ମୃତ

Read more

ରାଜ୍ୟରେ ବନ୍ୟାରେ ଧୋଇଗଲା ୨୮୩ କୋଟି ଟଙ୍କାର ନଦୀବନ୍ଧ । ଗତ ବନ୍ୟାରେ ଆଂଶିକ ନଷ୍ଟ ହୋଇଛି ୯୯୬ କିମିର ନଦୀବନ୍ଧ । ଜଳସମ୍ପଦ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଲେ ଜଳସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ । ସ୍ବତନ୍ତ୍ର ରିଲିଫ କମିସନରଙ୍କ ଜରିଆରେ କେନ୍ଦ୍ରକୁ ଅନୁଦାନ ମଗାଯାଇଛି । ସୂଚନା ଦେଲେ ମହାନଦୀ ବେସିନ ମୁଖ୍ୟଯନ୍ତ୍ରୀ ସୁଶାନ୍ତ ରଥ

Read more

ବାଲେଶ୍ୱର ଉପନିର୍ବାଚନ ନେଇ ବିଜେଡିର କସରତ ଜାରି; ଗୋଷ୍ଠୀ ବିବାଦ ପରେ ଅରୁଣ ଦେ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା; ୨ ଦିନ ହେଲା ଡେରା ପକାଇଥିବା ପ୍ରତାପ ଜେନାଙ୍କୁ ଭେଟିଲେ ଅରୁଣ ଦେ; ମୁଖ୍ୟମନ୍ତ୍ରୀ ହିଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିବେ- ପ୍ରତାପ ଜେନା

Read more

ରାଜନଗର ମହୁଲିଆ ମାଣପଡ଼ାରେ ୪ ଦିନ ହେଲା ପଡି ରହିଛି ମା’ ଝିଅଙ୍କ ଶବ; ମାମୁଘର ଆଗରେ ଭାଣିଜୀର ମୃତଦେହ ରଖି ଗାଁ ଲୋକଙ୍କ ଧାରଣା; ଗାଁରେ ଆମ୍ବୁଲାନ୍ସ ଭିତରେ ପଡ଼ି ରହିଛି ମା’ର ମୃତଦେହ; ଅଭିଯୁକ୍ତ ମାମୁ ଅଟକ ହୋଇଥିଲେ ବି ପରିବାରର ଅନ୍ୟମାନଙ୍କ ଗିରଫ ଦାବି; ମା’ ଝିଅଙ୍କ ମୃତ୍ୟୁ ପଛରେ ମାମୁଘର ଲୋକଙ୍କ ଭୂମିକାକୁ ନେଇ ସନ୍ଦେହ

Read more

ଆଜି ରାଜ୍ୟର ୩୦ ଜିଲ୍ଲାରୁ ୪୨୩୭ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୨୪୮୫ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୭୫୨ ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ ଆକ୍ରାନ୍ତ ୧ ଲକ୍ଷ ୯୨ ହଜାର ୫୪୮ । ଗତ ୨୪ ଘଣ୍ଟାରେ ୩୮୩୪ ଜଣ ଆକ୍ରାନ୍ତ ସୁସ୍ଥ । ମୋଟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୧ ଲକ୍ଷ ୫୩ ହଜାର ୨୧୩, ଚିକିତ୍ସାଧୀନ- ୩୮,୫୪୬

Read more

ରାଜ୍ୟରେ ଆଜି ଆଉ ୧୫ ଜଣଙ୍କ ଜୀବନ ନେଲା କିଲର ଭାଇରସ କୋରୋନା । ଭୁବନେଶ୍ବରରୁ ୪, ମୟୂରଭଞ୍ଜ ଓ ପୁରୀରୁ ୨ ଜଣ ଲେଖାଏଁ କୋରୋନା ରୋଗୀ ମୃତ । ନୂଆପଡ଼ା, ନୟାଗଡ଼, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ମାଲକାନଗିରି, କଟକ ଏବଂ ବାଲେଶ୍ବରରୁ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Read more

ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ: ଆଉ ମୃତ ବ୍ୟକ୍ତିଙ୍କ ହେବନି କୋରୋନା ଟେଷ୍ଟ । ଏନେଇ ସମସ୍ତ ହସ୍ପିଟାଲ ପାଇଁ ନିର୍ଦ୍ଦେଶନାମା ଜାରି କଲେ ସରକାର । ପରିବାକୁ ମୃତଦେହ ଦେବାରେ ବିଳମ୍ବ ହେଉଥିବାରୁ ଏଭଳି ନିଷ୍ପତ୍ତି । ମୃତଦେହ ମିଳିବାରେ ବିଳମ୍ବ ଯୋଗୁଁ ପରିବାର ଲୋକେ ହନ୍ତସନ୍ତ ହେଉଥିବାରୁ ପଦକ୍ଷେପ

Read more